ଆଜି ସୁସ୍ଥ ହେଲେ ଆଉ ୩୩୬୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୩।୯(ବ୍ୟୁରୋ)-ରାଜ୍ୟରେ ରବିବାର ଆଉ ୩୩୬୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୮୦୬ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକରୁ ୩୪୮, ପୁରୀରୁ ୨୮୦, ମୟୂରଭଞ୍ଜରୁ ୨୦୬, ରାୟଗଡ଼ାରୁ ୧୭୩, ଭଦ୍ରକରୁ ୧୪୪, ସୁନ୍ଦରଗଡ଼ରୁ ୧୨୦, ଝାରସୁଗୁଡ଼ାରୁ ୧୧୯, ବରଗଡ଼ରୁ ୧୧୬, ଗଞ୍ଜାମରୁ ୧୧୦, କଳାହାଣ୍ଡିରୁ ୮୯, ସୋନପୁରରୁ ୮୭, କନ୍ଧମାଳରୁ ୮୫, କୋରାପୁଟରୁ ୭୧, ବାଲେଶ୍ୱରରୁ ୬୬, ସମ୍ବଲପୁରରୁ ୬୬, ବୌଦ୍ଧରୁ ୬୫, ନୟାଗଡ଼ରୁ ୫୮, କେନ୍ଦୁଝରରୁ ୫୧, କେନ୍ଦ୍ରାପଡ଼ାରୁ ୪୪, ଯାଜପୁରରୁ ୪୦, ବଲାଙ୍ଗିରରୁ ୩୯, ଜଗତସିଂହପୁରରୁ ୩୧, ଗଜପତିରୁ ୨୯, ଅନୁଗୋଳରୁ ୨୮ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଢେଙ୍କାନାଳରୁ ୨୫, ନବରଙ୍ଗପୁରରୁ ୨୪, ମାଲକାନଗିରିରୁ ୨୨, ନୂଆପଡ଼ାରୁ ୧୭ ଓ ଦେବଗଡ଼ରୁ ୪ ଜଣ ଲେଖାଏ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

Share