ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୭।୯(ବ୍ୟୁରୋ)-ରାଜ୍ୟରେ ଗୁରୁବାର ଆଉ ୩୬୦୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୦୩୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ପୁରୀରୁ ୪୧୫, କଟକରୁ ୨୯୯, ବଲାଙ୍ଗୀରରୁ ୧୪୦, ମୟୂରଭଞ୍ଜରୁ ୧୨୮, ଯାଜପୁରରୁ ୧୨୭, ବାଲେଶ୍ୱରରୁ ୧୧୨, ସୁନ୍ଦରଗଡରୁ ୧୦୭, ଜଗତସିଂହପୁରରୁ ୧୦୫, ନବରଙ୍ଗପୁରରୁ ୧୦୪, ସୋନପୁରରୁ ୧୦୦, ବରଗଡରୁ ୮୪, କେନ୍ଦ୍ରାପଡାରୁ ୮୪, ଝାରସୁଗୁଡାରୁ ୮୨, ରାୟଗଡାରୁ ୮୦, ଗଞ୍ଜାମରୁ୭୫, କୋରାପୁଟରୁ ୭୫, ସମ୍ବଲପୁରରୁ ୭୧, ନୟାଗଡରୁ ୫୫, ଭଦ୍ରକରୁ ୫୪, ନୂଆପଡାରୁ ୪୪, କେନ୍ଦୁଝରରୁ ୪୩, ମାଲକାନଗିରିରୁ ୩୭, ବୌଦ୍ଧରୁ ୩୦, ଢେଙ୍କାନାଳରୁ ୨୮, ଗଜପତିରୁ ୨୬, କଳାହାଣ୍ଡିରୁ ୧୯, ଦେବଗଡରୁ ୧୮, କନ୍ଧମାଳରୁ ୧୬ ଓ ଅନୁଗୋଳରୁ ୧୨ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

Share