ରାଜ୍ୟରେ ସୁସ୍ଥ ହେଲେ ୩୬୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୮।୧୨(ବ୍ୟୁରୋ)-ରାଜ୍ୟରେ ଶୁକ୍ରବାର ଆଉ ୩୬୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁନ୍ଦରଗଡ ଜିଲାରୁ ସର୍ବାଧିକ ୬୬ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରୁ ୪୬, ମୟୂରଭଞ୍ଜରୁ ୨୮, ଅନୁଗୋଳରୁ ୨୧, ବାଲେଶ୍ୱରରୁ ୨୦, କଟକରୁ ୨୦, ପୁରୀରୁ ୨୦, ସମ୍ବଲପୁରରୁ ୧୭, ବଲାଙ୍ଗୀରରୁ ୧୪, କଳାହାଣ୍ଡିରୁ ୧୩, କେନ୍ଦ୍ରାପଡାରୁ ୧୧, ଜଗତସିଂହପୁରରୁ ୯ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଗଞ୍ଜାମରୁ ୭, ନୂଆପଡାରୁ ୭, ଝାରସୁଗୁଡାରୁ ୬, କେନ୍ଦୁଝରରୁ ୬, ଢେଙ୍କାନାଳରୁ ୫, କୋରାପୁଟରୁ ୪, ଭଦ୍ରକରୁ ୩, ମାଲକାନଗିରିରୁ ୩, ରାୟଗଡାରୁ ୨, ଯାଜପୁରରୁ ୧, ନବରଙ୍ଗପୁରରୁ ୧, ନୟାଗଡରୁ ଜଣେ ଓ ଷ୍ଟେଟପୁଲରୁ ୧୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

Share