ରାଜଧାନୀରେ ମାଡି ଚାଲିଛି କରୋନା: ଆଜି ୩୭୦ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୧୯।୮(ବ୍ୟୁରୋ)-ରାଜଧାନୀରେ ମାଡି ଚାଲିଛି କରୋନା। ବୁଧବାର ଭୁବନେଶ୍ୱରରେ ୩୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୭୦ ଆକ୍ରାନ୍ତଙ୍କ ମଧ୍ୟରେ କ୍ୱାରାଣ୍ଟାଇନରୁ ୨୦୪ ଚିହ୍ନଟ ହୋଇଥିବାବେଳେ ୧୬୬ ଲୋକାଲ କଣ୍ଟାକ୍ଟ କେସ୍‌ ରହିଛି। ବାଣୀବିହାର ପଥର ବନ୍ଧରୁ ୧୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଭରତପୁରରୁ ୩, ଚକେଇସିଆଣିରୁ ୩, ପଟିଆରୁ ୩, ଆଚାର୍ଯ୍ୟ ବିହାରରୁ୩, ନୀଳାଦ୍ରି ବିହାରରୁ ୬, ପାଣ୍ଡରା ବାଲିଆପଟା ବସ୍ତିରୁ ୪, ଗଜପତି ନଗରରୁ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଲୋକାଲ କଣ୍ଟାକ୍ଟ କେସ୍‌ ମଧ୍ୟରେ ସହିଦ ନଗରରୁ ୧୦, ଝାଡପଡା ଜଗନ୍ନାଥ ନଗରରୁ ୩, ପଟିଆରୁ ୫, ଲକ୍ଷ୍ମୀସାଗରରୁ ଜଣେ, ପୋଖରୀପୁଟରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଭୁବନେଶ୍ୱରରୁ ୧୫୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ବିଏମସି ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

Share