ରାଜ୍ୟରେ ସୁସ୍ଥ ହେଲେ ୩୭୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୬।୧୨(ବ୍ୟୁରୋ)-ରାଜ୍ୟରେ ଶନିବାର ଆଉ ୩୭୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୪୭ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଅନୁଗୋଳରୁ ୩୨, ବଲାଙ୍ଗିରିରୁ ୨୮, କଟକରୁ ୨୮, ସମ୍ବଲପୁରରୁ ୨୭, କେନ୍ଦୁଝରରୁ ୨୦, ବାଲେଶ୍ବରରୁ ୧୬, ଯାଜପୁରରୁ ୧୬, ମୟୂରଭଞ୍ଜରୁ ୧୬, ନୂଆପଡାରୁ ୧୫, ଜଗତସିଂହପୁରରୁ ୧୧, କେନ୍ଦ୍ରାପଡାରୁ ୯, ବରଗଡରୁ୮, ଝାରସୁଗୁଡାରୁ ୭, ଢେଙ୍କାନାଳରୁ ୬, କୋରାପୁଟରୁ ୬, ଭଦ୍ରକରୁ ୫ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଗଜପତିରୁ ୪, ଗଞ୍ଜାମରୁ ୪, କଳାହାଣ୍ଡିରୁ ୩, ନବରଙ୍ଗପୁରରୁ ୩, ପୁରୀରୁ ୩, ରାୟଗଡାରୁ ୩, ମାଲକାନଗିରିରୁ ୨, ସୋନପୁରରୁ ୨, ଦେବଗଡରୁ ୧, ନୟାଗଡରୁ ୧ ଏବଂ ଷ୍ଟେଟପୁଲରୁ ୧୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

Share