ରାଜ୍ୟରେ ସୁସ୍ଥ ହେଲେ ୩୮୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୪।୧୨(ବ୍ୟୁରୋ)-ରାଜ୍ୟରେ ସୋମବାର ଆଉ ୩୮୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁନ୍ଦରଗଡ ଜିଲାରୁ ସର୍ବାଧିକ ୪୨ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରୁ ୩୯, କଟକରୁ ୩୫, ମୟୁରଭଞ୍ଜରୁ ୨୮, ଅନୁଗୋଳରୁ ୨୪, ବରଗଡରୁ ୨୧, ବଲାଙ୍ଗୀରରୁ ୧୮, କଳାହାଣ୍ଡିରୁ ୧୮, କେନ୍ଦୁଝରରୁ ୧୮, କେନ୍ଦ୍ରାପଡାରୁ ୧୭, ନୂଆପଡାରୁ ୧୭, ପୁରୀରୁ ୧୪, ସମ୍ବଲପୁରରୁ ୧୨, ଜଗତସିଂହପୁରରୁ ୧୧, ଭଦ୍ରକରୁ ୧୦, ବାଲେଶ୍ୱରରୁ ୯, ଯାଜପୁରରୁ ୭, ଝାରସୁଗୁଡାରୁ ୭, ଦେବଗଡରୁ ୫, କୋରାପୁଟରୁ ୫ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ନୟାଗଡରୁ ୪, ରାୟଗଡାରୁ ୪, ଗଞ୍ଜାମରୁ ୩, ଢେଙ୍କାନାଳରୁ ୨, କନ୍ଧମାଳରୁ ୧, ମାଲକାନଗିରିରୁ ୧, ନବରଙ୍ଗପୁରରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟପୁଲରୁ ୧୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

Share