ଆଜି ରାଜ୍ୟରେ ସୁସ୍ଥ ହେଲେ ୪୦୧୮ କରୋନା ଆକ୍ରାନ୍ତ: ଖୋର୍ଦ୍ଧା ଜିଲାରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର,୨୦।୯(ବ୍ୟୁରୋ)-ରାଜ୍ୟରେ ରବିବାର ଆଉ ୪୦୧୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୪୮୦ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକରୁ ୪୩୪, ପୁରୀରୁ ୨୭୪, ବାଲେଶ୍ୱରରୁ ୧୯୪, କେନ୍ଦ୍ରାପଡାରୁ ୧୩୯, ସୋନପୁରରୁ ୧୩୬, ଜଗତସିଂହପୁରରୁ ୧୨୬, ଯାଜପୁରରୁ ୧୨୦, ଅନୁଗୋଳରୁ ୧୧୬, ରାୟଗଡାରୁ୧୧୩, ଝାରସୁଗୁଡାରୁ ୧୧୧, ଭଦ୍ରକରୁ ୧୦୪, ବରଗଡରୁ ୯୫, ସମ୍ବଲପୁର, ସୁନ୍ଦରଗଡରୁ ୯୦ ଜଣ ଲେଖାଏ, କୋରାପୁଟରୁ ୮୮, ମୟୂରଭଞ୍ଜରୁ ୮୩, ନୂଆପଡାରୁ ୭୭, କନ୍ଧମାଳରୁ ୭୫, ନବରଙ୍ଗପୁରରୁ ୭୧, ଢେଙ୍କାନାଳ, ଗଞ୍ଜାମରୁ ୬୭ ଜଣ ଲେଖାଏ, କେନ୍ଦୁଝରରୁ ୫୭ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ବଲାଙ୍ଗୀରରୁ ୪୬, କଳାହାଣ୍ଡିରୁ ୪୨, ବୌଦ୍ଧରୁ ୩୪, ମାଲକାନଗିରିରୁ ୩୩, ଦେବଗଡରୁ ୧୭, ଗଜପତିରୁ ୧୫ ଓ ଷ୍ଟେଟପୁଲରୁ ୨୦୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

Share