ରାଜ୍ୟରେ ସୁସ୍ଥ ହେଲେ ୪୦୬ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୫।୧୨(ବ୍ୟୁରୋ)-ରାଜ୍ୟରେ ଶୁକ୍ରବାର ଆଉ ୪୦୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁନ୍ଦରଗଡରୁ ଜିଲାରୁ ସର୍ବାଧିକ ୫୨ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରୁ ୪୨, କେନ୍ଦ୍ରାପଡାରୁ ୩୩, କଟକରୁ ୨୭, ସମ୍ବଲପୁରରୁ ୨୬, ବଲାଙ୍ଗିରିରୁ ୨୪, ଯାଜପୁରରୁ ୨୪, ମୟୂରଭଞ୍ଜରୁ ୨୨, ପୁରୀରୁ ୧୮, ବରଗଡରୁ ୧୭, ଅନୁଗୋଳରୁ ୧୫, ବାଲେଶ୍ୱରରୁ ୧୧, କେନ୍ଦୁଝରରୁ ୧୦, ଦେବଗଡରୁ ୯, ନବରଙ୍ଗପୁରରୁ ୯, ନୂଆପଡାରୁ ୮, ଝାରସୁଗୁଡାରୁ ୬ ସୁସ୍ଥ ହୋଇଛନ୍ତି। ସେହିପରି କଳାହାଣ୍ଡିରୁ ୬, କନ୍ଧମାଳରୁ ୬, ଜଗତସିଂହପୁରରୁ ୫, ରାୟଗଡାରୁ ୫, ଭଦ୍ରକରୁ ୪, ଗଞ୍ଜାମରୁ ୪, ମାଲକାନାଗିରିରୁ ୪, ନୟାଗଡରୁ ୨, ବୌଦ୍ଧରୁ ୧, ଗଜପତିରୁ ୧, କୋରାପୁଟରୁ ୧, ସୋନପୁରରୁ ଏବଂ ଷ୍ଟେଟପୁଲରୁ୧୧ ଜଣ ସୁସ୍ଥ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

Share