ଭୁବନେଶ୍ୱର,୧୮।୯(ବ୍ୟୁରୋ)-ରାଜ୍ୟରେ ଶୁକ୍ରବାର ଆଉ ୪୧୦୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୭୮୨ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକରୁ ୫୫୦, ପୁରୀରୁ ୨୯୮, ବଲାଙ୍ଗୀରରୁ ୧୯୩, ଯାଜପୁରରୁ ୧୬୯, କେନ୍ଦ୍ରାପଡାରୁ ୧୩୨, ସୋନପୁରରୁ ୧୨୧, ଜଗତସିଂହପୁରରୁ ୧୧୫, ନବରଙ୍ଗପୁରରୁ ୧୧୫, ନୂଆପଡାରୁ ୧୧୨ ଜଣ ସୁସ୍ଥ ହୋଇଛନ୍ତି। ସେହିପରି କନ୍ଧମାଳରୁ ୧୦୨, ଗଞ୍ଜାମରୁ ୯୮, ବରଗଡରୁ ୯୪, ରାୟଗଡାରୁ ୮୯, ବାଲେଶ୍ବରରୁ ୮୦, ସମ୍ବଲପୁରରୁ ୭୮, ଭଦ୍ରକରୁ ୭୭, କେନ୍ଦୁଝରରୁ ୭୭, କୋରାପୁଟରୁ ୭୫, କଳାହାଣ୍ଡିରୁ ୭୧, ଝରସୁଗୁଡାରୁ ୫୯, ଢେଙ୍କାନାଳରୁ ୫୨, ମୟୂରଭଞ୍ଜରୁ ୪୯, ନୟାଗଡରୁ ୪୭, ବୌଦ୍ଧରୁ ୩୮, ମାଲକାନଗିରିରୁ ୩୪, ଗଜପତିରୁ ୨୫, ସୁନ୍ଦରଗଡରୁ୨୩, ଅନୁଗୋଳରୁ ୧୬, ଦେବଗଡରୁ ୧୦, ଷ୍ଟେଟ ପୁଲରୁ ୩୨୦ ଜଣ କରୋନାରୁ ଆରୋଗ୍ୟ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।