ରାଜ୍ୟରେ ସୁସ୍ଥ ହେଲେ ଆଉ ୪୧୦୮ କରୋନା ଆକ୍ରାନ୍ତ: ଖୋର୍ଦ୍ଧା ଜିଲାରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର,୪।୧୦(ବ୍ୟୁରୋ)-ରାଜ୍ୟରେ ରବିବାର ଆଉ ୪୧୦୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୭୨୧ ଜଣ ସୁସ୍ଥ ହୋଇଥିବାବେଳେ କଟକରୁ ୪୯୨, ଯାଜପୁରରୁ ୨୧୨, ଅନୁଗୋଳରୁ ୧୮୬, ଝାରସୁଗୁଡାରୁ ୧୫୪, ଜଗତସିଂହପୁରରୁ ୧୪୩, ମୟୂରଭଞ୍ଜରୁ ୧୩୯, ସମ୍ବଲପୁରରୁ ୧୨୮, ନୂଆପଡାରୁ ୧୧୮, କଳାହାଣ୍ଡିରୁ ୧୧୭, କେନ୍ଦୁଝରରୁ ୧୧୭, ବାଲେଶ୍ୱରରୁ୧୧୬, ସୁନ୍ଦରଗଡରୁ ୧୧୬, ବରଗଡରୁ ୧୧୪, କେନ୍ଦ୍ରାପଡାରୁ ୧୦୭, ନବରଙ୍ଗପୁରରୁ ୮୯, ବଲାଙ୍ଗୀରରୁ ୮୦, ଢେଙ୍କାନାଳରୁ ୭୫, କୋରାପୁଟରୁ ୭୩, ସୋନପୁରରୁ ୭୩ ଜଣ ସୁସ୍ଥ ହୋଇଛନ୍ତି।
ସେହିପରି କନ୍ଧମାଳରୁ ୭୧, ଗଞ୍ଜାମରୁ ୬୭, ରାୟଗଡାରୁ ୬୪, ପୁରୀରୁ ୫୫, ନୟାଗଡରୁ ୫୦, ବୌଦ୍ଧରୁ ୪୪, ଗଜପତିରୁ ୪୦, ମାଲକାନଗିରିରୁ ୩୪, ଭଦ୍ରକରୁ ୧୬, ଦେବଗଡରୁ ୮ଜଣ, ଷ୍ଟେଟପୁଲରୁ ୨୮୯ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

 

Share