ଭୁବନେଶ୍ୱର,୧୧।୯(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୪୧୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୧୧୨ ଜଣ ଚିହ୍ନଟ ହୋଇଥିବାବେଳେ ୩୦୧ ଲୋକାଲ କଣ୍ଟାକ୍ଟ କେସ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୪୨୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।
ସୂଚନା ଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରୁ ୧୫୩୬୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୦୧୮୪ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୫୮ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ୫୧୧୦ ଜଣ ଆକ୍ରାନ୍ତ ଚିକିତ୍ସିତ ଅଛନ୍ତି।
Update on newly detected & cured #COVID19 cases in the last 24 hrs under the BMC area on 11th Sep 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitized & will be under active surveillance. pic.twitter.com/Tk4I9GsaJb— BMC (@bmcbbsr) September 11, 2020