CORONAVIRUS UPDATE: ରାଜ୍ୟରୁ ଆଜି ସର୍ବାଧିକ ୪୧୯୮ ପଜିଟିଭ୍‌ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୫୫ ହଜାର ଟପିଲା

ଭୁବନେଶ୍ୱର,୧୪ା୯(ବ୍ୟୁରୋ): ସୋମବାର ମୋଟ୍‌ ୩୦ ଜିଲାରୁ ୪,୧୯୮ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧,୫୫,୦୦୫ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୨,୪୭୬ ଜଣ ଚିହ୍ନଟ ହୋଇଥିବା ବେଳେ ୧୭୨୨ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।
ଆଜି ସର୍ବାଧିକ ଖୋର୍ଦ୍ଧା ଜିଲାରୁ ୭୫୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୩୬୭ ଏବଂ ବଲାଙ୍ଗୀରରୁ ୧୯୭ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳରୁ ୧୦୮, ବାଲେଶ୍ୱର ୧୩୦, ବରଗଡ଼ ୯୫, ଭଦ୍ରକ ୫୩ , ବୌଦ୍ଧ ୧୯, ଦେବଗଡ଼ ୩୪, ଢେଙ୍କାନାଳ ୮୦, ଗଜପତି ୧୪, ଗଞ୍ଜାମ ୪୪, ଜଗତସିଂହପୁର ୯୭, ଯାଜପୁର ୧୫୬, ଝାରସୁଗୁଡ଼ା ୯୫, କଳାହାଣ୍ଡି ୯୩, କନ୍ଧମାଳ ୭୮, କେନ୍ଦ୍ରାପଡ଼ା ୧୪୩, କେନ୍ଦୁଝର ୬୭, କୋରାପୁଟ ୯୯, ମାଲକାନଗିରି ୨୨, ମୟୂରଭଞ୍ଜ ୧୩୩, ନବରଙ୍ଗପୁର ୯୮, ନୟାଗଡ଼ ୪୩, ନୂଆପଡ଼ା ୧୧୬, ରାୟଗଡ଼ା ୧୩୬, ସମ୍ବଲପୁର ୧୩୦ , ସୋନପୁର ୭୪ ଏବଂ ସୁନ୍ଦରଗଡ଼ରୁ ୧୯୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୧,୫୫,୦୦୫ରେ ପହଞ୍ଚିଥିବା ବେଳେ ୧,୧୮,୬୪୨ ଜଣ ସୁସ୍ଥ ହୋଇଛନ୍ତି। ୩୫,୬୭୩ ଜଣ ଚିକିତ୍ସିତ ହେଉଛନ୍ତି।

Share