ରାଜ୍ୟରେ ସୁସ୍ଥ ହେଲେ ଆଉ ୪୩୮୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧।୧୦(ବ୍ୟୁରୋ)-ରାଜ୍ୟରେ ଗୁରୁବାର ଆଉ ୪୩୮୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୭୭୦ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକରୁ ୫୫୮, ଜଗତସିଂହପୁରରୁ ୨୩୩, ସୁନ୍ଦରଗଡରୁ ୨୩୩, ଯାଜପୁରରୁ ୧୯୮, ପୁରୀରୁ ୧୯୨, ଝାଡସୁଗୁଡାରୁ ୧୬୮, ମୟୂରଭଞ୍ଜରୁ ୧୫୫, ବରଗଡରୁ ୧୩୫, କେନ୍ଦ୍ରାପଡାରୁ ୧୨୪, ବାଲେଶ୍ୱରରୁ ୧୨୨, ଅନୁଗୋଳରୁ ୧୧୯, ସମ୍ବଲପୁରରୁ ୧୧୩, ନୟାଗଡରୁ ୧୦୩, କଳାହାଣ୍ଡିରୁ ୧୦୨, ଢେଙ୍କାନାଳରୁ ୯୦, ନବରଙ୍ଗପୁରରୁ ୮୨, ନୂଆପଡାରୁ ୭୬, ସୋନପୁରରୁ ୭୫, କେନ୍ଦୁଝରରୁ ୭୨, କନ୍ଧମାଳରୁ ୬୧, ଭଦ୍ରକରୁ ୬୦, କୋରାପୁଟରୁ ୫୩, ବଲାଙ୍ଗୀରରୁ ୪୯, ମାଲକାନଗିରିରୁ ୪୬, ଗଞ୍ଜାମରୁ ୪୨ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ରାୟଗଡାରୁ ୪୨, ବୌଦ୍ଧରୁ ୩୮, ଦେଓଗଡରୁ ୨୦, ଗଜପତିରୁ ୧୨, ଷ୍ଟେଟପୁଲରୁ ୨୩୭ ଜଣ ସୁସ୍ଥ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

Share