ଭୁବନେଶ୍ୱର,୨୨।୭(ବ୍ୟୁରୋ)-ରାଜ୍ୟରେ ବୁଧବାର ପୁଣି ୪୪୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୮୩ ଜଣ ଥିବାବେଳେ ଗଞ୍ଜାମରୁ ୬୮, ବାଲେଶ୍ୱରରୁ ୪୯, ମାଲକାନଗିରିରୁ ୪୦, ଜଗତସିଂହପୁରରୁ ୨୩, ଭଦ୍ରକରୁ ୨୧, ମୟୂରଭଞ୍ଜରୁ ୨୦, କୋରାପୁଟରୁ ୧୮, ପୁରୀରୁ ୧୭, ଝାରସୁଗୁଡ଼ାରୁ ୧୨, କେନ୍ଦୁଝରରୁ ୧୨, ନବରଙ୍ଗପୁରରୁ ୧୨, କଟକରୁ ୧୧, ବରଗଡ଼ରୁ ୧୦, ଯାଜପୁରରୁ ୯ ଜଣ ସୁସ୍ଥ ହୋଇଛନ୍ତି।
Another #COVID19 440 patients have recovered and are being discharged on 22.7.2020.
83 from Khurdha
68 from Ganjam
49 from Balasore
40 from Malkangiri
23 from Jagatsinghpur
21 from Bhadrak
20 from Mayurbhanj
18 from Koraput
17 from Puri
12 from Jharsuguda— H & FW Dept Odisha (@HFWOdisha) July 22, 2020
ସେହିପରି ଅନୁଗୋଳରୁ ୯, କେନ୍ଦ୍ରାପଡ଼ାରୁ ୬, ସୁନ୍ଦରଗଡ଼ରୁ ୬, ବଲାଙ୍ଗୀରରୁ ୫, ସମ୍ବଲପୁରରୁ ୫, ନୟାଗଡ଼ରୁ ୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ୧୩୭୪୯ରେ ପହଞ୍ଚିଛି। ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।