ରାଜ୍ୟରେ ସୁସ୍ଥ ହେଲେ ଆଉ ୪୫୮ କରୋନା ଆକ୍ରାନ୍ତ: ଅନୁଗୋଳ ଜିଲାରୁ ସର୍ବାଧିକ

ଭୁବନେଶ୍ୱର,୧୦।୧୨(ବ୍ୟୁରୋ)-ରାଜ୍ୟରେ ଗୁରୁବାର ଆଉ ୪୫୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଅନୁଗୋଳ ଜିଲାରୁ ସର୍ବାଧିକ ୪୮ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ବଲାଙ୍ଗୀରରୁ ୪୪, ଖୋର୍ଦ୍ଧାରୁ ୪୧, ସୁନ୍ଦରଗଡ଼ରୁ ୩୭, ମୟୂରଭଞ୍ଜରୁ ୩୫, କଟକରୁ ୨୪, ନୂଆପଡ଼ାରୁ ୨୪, ଜଗତସିଂହପୁରରୁ ୨୨, ଯାଜପୁରରୁ ୧୯, ପୁରୀରୁ ୧୯ ଓ ବାଲେଶ୍ବରରୁ ୧୪ ଜଣ ସୁସ୍ଥ ହୋଇ ଫେରିଛନ୍ତି। ସେହିପରି କେନ୍ଦୁଝରରୁ ୧୪, ସମ୍ବଲପୁରରୁ ୧୪, କେନ୍ଦ୍ରାପଡ଼ାରୁ ୧୨, କୋରାପୁଟରୁ ୧୧, କଳାହାଣ୍ଡିରୁ ୮, ମାଲକାନଗିରିରୁ ୮, ଭଦ୍ରକରୁ ୭, ଦେବଗଡ଼ରୁ ୭, ନବରଙ୍ଗପୁରରୁ ୭, ନୟାଗଡ଼ରୁ ୭, ଗଞ୍ଜାମରୁ ୬, ଝାରସୁଗୁଡ଼ାରୁ ୬, ଢ଼େଙ୍କାନାଳରୁ ୫, ବରଗଡ଼ରୁ ୩, ବୌଦ୍ଧରୁ ୨, ରାୟଗଡ଼ାରୁ ୨, ସୋନପୁରରୁ ୨, କନ୍ଧମାଳ ଜଣେ, ଷ୍ଟେଟପୁଲରୁ ୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

Share