ରାଜଧାନୀରୁ ୪୬୮ କରୋନା ଆକ୍ରାନ୍ତ ଚିହ୍ନଟ: ଲୋକାଲ କେସ୍‌ ବଢ଼ାଉଛି ଚିନ୍ତା

ଭୁବନେଶ୍ୱର,୧୯।୪(ବ୍ୟୁରୋ): ରାଜ୍ୟରେ କରୋନା ଚିନ୍ତା ବଢ଼ାଉଥିବା ବେଳେ ଭୁବନେଶ୍ୱରରେ ଏହା ବେକାବୁ ହେବାରେ ଲାଗିଲାଣି। ସୋମବାର ରାଜଧାନୀ ଭୁବନେଶ୍ୱରରୁ ୪୬୮ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୮୨ କ୍ୱାରାଣ୍ଟାଇନ୍‌ରେ ଥିବା ବେଳେ ୩୮୬ ଲୋକାଲ କେସ ରହିଛନ୍ତି। ସହିପରି ଆଜି ଭୁବନେଶ୍ୱରରୁ ୧୨୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ତେବେ ଭୁବନେଶ୍ୱରରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬,୧୪୭ ଜଣରେ ପହଞ୍ଚି ଥିବାବେଳେ ୨,୮୨୭ ଚିକିତ୍ସିତ ଅଛନ୍ତି। ୩୩୦୦୪ ସୁସ୍ଥ ହୋଇ ଫେରିଛନ୍ତି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।

Share