ରାଜ୍ୟରେ କରୋନାର ଭୟଙ୍କର ସ୍ଥିତି: ଖୋର୍ଦ୍ଧା ଆଗରେ

ଭୁବନେଶ୍ୱର,୨୧।୪(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଚିନ୍ତା ବଢ଼ାଉଛି। ପରିସ୍ଥିତି ଭୟଙ୍କର ହେବାରେ ଲାଗିଛି। ବୁଧୁବାର ରାଜ୍ୟରେ ୪,୮୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୨୮୧୪ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୨୦୩୭ ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୮୨ ହଜାର ୩୧୫ରେ ପହଞ୍ଚିଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୭୦୩ ଆକ୍ରାନ୍ତ ଥିବା ବେଳେ ଅନୁଗୋଳରୁ ୧୧୧, ବାଲେଶ୍ୱରରୁ ୫୨, ବରଗଡ଼ରୁ ୩୧୮, ଭଦ୍ରକରୁ ୭୩, ବଲାଙ୍ଗୀରରୁ ୨୨୭, ବୌଦ୍ଧରୁ ୨୨, କଟକରୁ ୩୦୪, ଦେବଗଡ଼ରୁ ୩୫, ଢେଙ୍କାନାଳରୁ ୩୧, ଗଜପତିରୁ ୩୫, ଗଞ୍ଜାମରୁ ୧୫୧, ଜଗତ୍‌ସିଂହପୁରରୁ ୩୯, ଯାଜପୁରରୁ ୬୪, ଝାରସୁଗୁଡ଼ାରୁ ୨୯୦, କଳାହାଣ୍ଡିରୁ ୭୯, କନ୍ଧମାଳରୁ ୨୭, କେନ୍ଦ୍ରାପଡ଼ାରୁ ୫୮, କେନ୍ଦୁଝରରୁ ୧୬୬ ଆକ୍ରାନ୍ତ ଅଛନ୍ତି। ସେହିପରି କୋରାପୁଟରୁ ୬୨, ମାଲକାନଗିରିରୁ ୩୧, ମୟୂରଭଞ୍ଜରୁ ୭୮, ନବରଙ୍ଗପୁରରୁ ୧୯୪, ନୟାଗଡ଼ରୁ ୬୬ , ନୂଆପଡ଼ାରୁ ୪୮୬ , ପୁରୀରୁ ୨୨୩, ରାୟଗଡ଼ାରୁ ୮୫, ସମ୍ବଲପୁରରୁ ୧୭୧ ସୁବର୍ଣ୍ଣପୁରରୁ ୯ ଓ ସୁନ୍ଦରଗଡ଼ରୁ ୫୧୬ ଅଛନ୍ତି।

Share