ଭୁବନେଶ୍ୱରରୁ ପୁଣି ୫୧୫ କରୋନା ଆକ୍ରାନ୍ତ ଚିହ୍ନଟ: ୧୦ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୩୦।୮(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ରବିବାର ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ହୋଇଛନ୍ତି। ୨୪ ଘଣ୍ଟା ମଧ୍ୟରେ ମୋଟ ୬୭ ଓ୍ବାର୍ଡରୁ ୫୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୨୧ରେ ପହଞ୍ଚିଛି। ଓ୍ବାର୍ଡ ନଂ.୨ ରୁ ୧୩୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୨୩ ନଂ. ଓ୍ବାର୍ଡରୁ ୧୩୩, ୨୭ ନଂ. ଓ୍ବାର୍ଡରୁ ୨୨୫, ୩୨ ନଂ. ଓ୍ବାର୍ଡରୁ ୭୪, ୫୯ ନଂ. ଓ୍ବାର୍ଡରୁ ୭୫, ୬୫ ନଂ. ଓ୍ବାର୍ଡରୁ ୧୨୭, ୧୯ ନଂ. ଓ୍ବାର୍ଡରୁ ୧୦୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ବିଏମସି ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

Share