କଟକରେ ଆଉ ୫୩ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ, ୧୦।୮-ସୋମବାର କଟକରୁ ପୁଣି ୫୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୫୩ ଆକ୍ରାନ୍ତଙ୍କ ମଧ୍ୟରୁ କଣ୍ଟେନମେଣ୍ଟ ଜୋନରୁ ୧୯ ଜଣ ଚିହ୍ନଟ ହୋଇଥିବାବେଳେ କ୍ୱାରାଣ୍ଟାଇନରୁ ୨୪ ଓ ୧୦ ଲୋକାଲ କଣ୍ଟାକ୍ଟ କେସ ରହିଛି। ଚୌଧୁରୀ ବଜାରରୁ ୬ ଜଣ, ମଣିସାହୁ ଛକରୁ ଜଣେ, ସାମନ୍ତ ସାହିରୁ ୭, ବକ୍ସି ବଜାରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଲୋକାଲ କଣ୍ଟାକ୍ଟ ମଧ୍ୟରୁ ଫ୍ରେଣ୍ଡ୍ସ କଲୋନୀରୁ ଜଣେ, କନିକା ଛକରୁ ଜଣେ, ମଧୁପାଟଣାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ କଟକ ମହାନଗର ନିଗମ (ସିଏମ୍‌ସି) ଟୁଇଟ କରି ସୂଚନା ଦେଇଛି।