ଭୁବନେଶ୍ୱରରୁ ଆଜି ୫୪୧ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨।୯(ବ୍ୟୁରୋ)-ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)ରୁ ବୁଧବାର ୫୪୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୫୪୧ ଚିହ୍ନଟଙ୍କ ମଧ୍ୟରେ କ୍ୱାରାଣ୍ଟାଇନରୁ ୨୨୦ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍‌ ୩୨୧ ରହିଛି। ଏକ ବେସରକାରୀ ହସ୍ପିଟାଲରୁ ୨୩ ଜଣ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଡୁମୁଡୁମା ଏଚବି କଲୋନୀରୁ ୩, ନିଳାଦ୍ରୀ ବିହାରରୁ ୬, ୟୁନିଟ -୬ରୁ ୯, ୟୁନିଟ-୮ରୁ ୫, ନିଳାଦ୍ରୀ ବିହାର ପଣ୍ଡା ପାର୍କରୁ ୭, ଓଲ୍ଡ ଟାଉନ ମହତାବ ରୋଡରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଭୁବନେଶ୍ୱରରୁ ୩୦୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ବିଏମସି ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

Share