କଟକ ଅଫିସ,୨।୮-କଟକ ସହରରେ ରବିବାର ଆଉ ୫୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୫୫ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରାଣ୍ଟାଇନରୁ ୪୯ ଜଣ ଚିହ୍ନଟ ହୋଇଥିବାବେଳେ ୬ ଲୋକାଲ କଣ୍ଟାକ୍ଟ କେସ। ଏହାକୁ ମିଶାଇ କଟକରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୪କୁ ବୃଦ୍ଧି ପାଇଛି। ମାଲଗୋଦାମ ବେହେରାସାହି କଣ୍ଟେନମେଣ୍ଟରୁ ୨୨ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ପୁରୁଣା ରାଉସାପାଟଣାରୁ ୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆପଡାରୁ ୬, ଓଏସଏପି ଷଷ୍ଠ ବାଟାଲିଅନରୁ ଯବାନ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ସିଏମସି ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।
#COVID19 update in Cuttack city (CMC area)
Out of the 122 new COVID-19 +ve cases reported today in #Cuttack district, 55 +ve cases belong to Cuttack city (CMC area).
Another 33 recoveries have been reported recently! KUDOS to the efforts of all doctors & healthcare staff. pic.twitter.com/6Ll9Q49CXJ
— CMC,Cuttack (@CMCCuttack) August 2, 2020