ଭୁବନେଶ୍ୱରରୁ ଆଜି ୫୫୦ ନୂଆ ପଜିଟିଭ ଚିହ୍ନଟ: ସେଥିରୁ ୩୦୭ ଲୋକାଲ କଣ୍ଟାକ୍ଟ କେସ

ଭୁବନେଶ୍ୱର,୪।୯(ବ୍ୟୁରୋ)-ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୫୫୦ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ୫୫୦ ଆକ୍ରାନ୍ତଙ୍କ ମଧ୍ୟରେ ୨୪୩ ଜଣ କ୍ୱାରାଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୩୦୭ ଲୋକାଲ କଣ୍ଟାକ୍ଟ କେସ ରହିଛି। ଅପରପକ୍ଷରେ ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରୁ ୨୭୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।
ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱରରେ ମୋଟ୍‌ ୧୨,୪୦୩ କରୋନା ପଜିଟିଭ ମାମଲା ରହିଛି। ବର୍ତ୍ତମାନ ସୁଦ୍ଧା ୪୮୨୨ ସକ୍ରିୟ ମାମଲା ରହିଥିବାବେଳେ ମୋଟ୍‌ ୭୫୨୩ ଜଣ ଆରୋଗ୍ୟ ଲାଭ କରିଛନ୍ତି। ସେହିପରି ୪୬ ଜଣ ପ୍ରାଣ ହରାଇଛନ୍ତି।

Share