ରାଜ୍ୟରେ ୫୭ କରୋନା ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୯।୩(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୩୪ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୨୩ ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୭ ହଜାର ୮୬୦ରେ ପହଞ୍ଚିଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୨ ଥିବା ବେଳେ ଅନୁଗୋଳରୁ ୫, ବରଗଡ଼ରୁ ୨, ବଲାଙ୍ଗୀରରୁ ୧, କଟକରୁ ୮, ଦେବଗଡ଼ରୁ ୨, ଯାଜପୁରରୁ ୩, ଝାରସୁଗୁଡ଼ାରୁ ୩, ମୟୂରଭଞ୍ଜରୁ ୬, ପୁରୀରୁ ୨, ରାୟଗଡ଼ାରୁ ୨, ସମ୍ଭଲପୁରରୁ ୩, ସୁନ୍ଦରଗଡ଼ରୁ ୭ ଆକ୍ରାନ୍ତ ଅଛନ୍ତି।

Share