ଭୁବନେଶ୍ୱରରୁ ଆଜି ୫୮୦ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୩।୯(ବ୍ୟୁରୋ)-ଭୁବନେଶ୍ୱର ମହାନଗର ନିଗମ(ବିଏମସି)ରୁ ଆଜି ପୁଣି ୫୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ କ୍ୱାରାଣ୍ଟାଇନରୁ ୨୨୧ଜଣ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ୩୫୯ ରହିଛି। ୟୁନିଟ-୮ରୁ ୭, ୟୁନିଟ-୨ରୁ ୨, ଟଙ୍କପାଣି ରୋଡରୁ ୪, ସୌଭାଗ୍ୟ ନଗରରୁ ୩, ଫୋଖରୀପୁଟରୁ ୭, ରେଣ୍ଟାଲ କଲୋନୀରୁ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଭୁବନେଶ୍ୱରରୁ ୩୧୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏ ନେଇ ବିଏମସି ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

Share