ରାଜ୍ୟରେ ୬ ହଜାର ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ

ଭୁବନେଶ୍ୱର,୮।୬(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଚିନ୍ତା ବଢ଼ାଉଥିବା ବେଳେ ମଙ୍ଗଳବାର ସଂକ୍ରମଣ ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି। ଆଜି ରାଜ୍ୟରେ ୫,୮୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୩,୩୩୨ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୨,୫୬୪ ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ୮ ଲକ୍ଷ ୨୫ ହଜାର ୧୧୦ରେ ପହଞ୍ଚିଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୮୫୩ ଆକ୍ରାନ୍ତ ଥିବା ବେଳେ ଅନୁଗୋଳରୁ ୩୮୫, ବାଲେଶ୍ୱରରୁ ୩୭୩, ବରଗଡ଼ରୁ ୯୯, ଭଦ୍ରକରୁ ୩୭୦, ବଲାଙ୍ଗୀରରୁ ୭୭, ବୌଦ୍ଧରୁ ୭୩, କଟକରୁ ୩୪୯, ଦେବଗଡ଼ରୁ ୨୨, ଢେଙ୍କାନାଳରୁ ୩୦୬, ଗଜପତିରୁ ୪୪, ଗଞ୍ଜାମରୁ ୩୫, ଜଗତ୍‌ସିଂହପୁରରୁ ୨୩୨, ଯାଜପୁରରୁ ୪୧୩, ଝାରସୁଗୁଡ଼ାରୁ ୫୪, କଳାହାଣ୍ଡିରୁ ୫୩, କନ୍ଧମାଳରୁ ୬୫, କେନ୍ଦ୍ରାପଡ଼ାରୁ ୨୩୫, କେନ୍ଦୁଝରରୁ ୧୦୩ ଆକ୍ରାନ୍ତ ଅଛନ୍ତି। ସେହିପରି କୋରାପୁଟରୁ ୧୯୨, ମାଲକାନଗିରିରୁ ୧୧୬, ମୟୂରଭଞ୍ଜରୁ ୨୬୧, ନବରଙ୍ଗପୁରରୁ ୧୭୪ , ନୟାଗଡ଼ରୁ ୧୭୭, ନୂଆପଡ଼ାରୁ ୩୭, ପୁରୀରୁ ୨୪୧, ରାୟଗଡ଼ାରୁ ୧୬୬, ସମ୍ବଲପୁରରୁ ୯୨ ସୁବର୍ଣ୍ଣପୁରରୁ ୭୭ ଓ ସୁନ୍ଦରଗଡ଼ରୁ ୧୧୩ ଥିବା ବେଳେ ଷ୍ଟେଟ୍‌ ପୁଲ୍‌ରୁ ୧୪୫ ଅଛନ୍ତି।

Share