କୋଲକାତା ବଳାତ୍କାର ମାମଲା: ଆଜି ୬ ଅଭିଯୁକ୍ତଙ୍କର ହେବ ପଲିଗ୍ରାଫ୍‌ ଟେଷ୍ଟ୍‌

କୋଲକାତା,୨୪ା୮: ଶନିବାର ସିବିଆଇ ଆର୍‌ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ପଚରାଉଚରା କରିବ। ବର୍ତ୍ତମାନ ପର୍ଯ୍ୟନ୍ତ ସନ୍ଦୀପ ଘୋଷଙ୍କୁ ପ୍ରାୟ ୧୦୦ ଘଣ୍ଟା ଧରି ପଚରାଉଚରା କରାଯାଇଛି। ସନ୍ଦୀପଙ୍କ ପଲିଗ୍ରାଫ ଟେଷ୍ଟ୍‌ ମଧ୍ୟ କରାଯିବ। ଏହି ମେଶିନ ସିବିଆଇ କାର୍ଯ୍ୟାଳୟରେ ପହଞ୍ଚିଛି। ପଲିଗ୍ରାଫିକ୍‌ ଟେଷ୍ଟ୍‌ ପାଇଁ ସିବିଆଇ ସେଟ୍‌ଅପ୍‌ ପ୍ରସ୍ତୁତ କରିଛି। ପଲିଗ୍ରାଫ୍‌ ପରୀକ୍ଷା କେବଳ ସିବିଆଇ କାର୍ଯ୍ୟାଳୟରେ କରାଯିବ। ଗୃହ ମନ୍ତ୍ରଣାଳୟ ଅଧୀନରେ ଥିବା ସିଏଫ୍‌ଏସ୍‌ଏଲ୍‌ ଟିମ୍‌ର ବିଶେଷଜ୍ଞମାନେ ଗୋଟିଏ ପରେ ଗୋଟିଏ ଏହି ମାମଲାରେ ଥିବା ୬ ଅଭିଯୁକ୍ତଙ୍କର ପଲିଗ୍ରାଫ ପରୀକ୍ଷା କରିବେ।

ସୂତ୍ରରୁ ପ୍ରକାଶ ଯେ, ପଲିଗ୍ରାଫ ଟେଷ୍ଟ୍‌ ଖୁବ୍‌ଶୀଘ୍ର ଆରମ୍ଭ ହେବ। ଆଜି କୋଲକାତା ପୋଲିସର ଏସ୍‌ଆଇଟି ଏହାର ରିପୋର୍ଟ ସିବିଆଇକୁ ଦେବ ଯେଉଁଥିରେ ସିବିଆଇ ଏକ ଦୁର୍ନୀତି ମାମଲା ମଧ୍ୟ ପଞ୍ଜୀକୃତ କରିବ।

ଜଣେ ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟଙ୍କୁ ଶୁକ୍ରବାର ସିଆଲ୍‌ଦା କୋର୍ଟରେ ହାଜର କରାଯାଇଥିଲା।

ଏହି ସମୟରେ ଯେତେବେଳେ ମାଜିଷ୍ଟ୍ରେଟ୍‌ ତାଙ୍କୁ ପଚାରିଥିଲେ ଯେ, ସେ କାହିଁକି ପଲିଗ୍ରାଫ ଟେଷ୍ଟ୍‌ ପାଇଁ ସମ୍ମତି ଦେଉଛନ୍ତି, ସେତେବେଳେ ସେ ଜୋର୍‌ରେ କାନ୍ଦିବାକୁ ଲାଗିଲେ। ସେ ମାଜିଷ୍ଟ୍ରେଟ୍‌ଙ୍କୁ କହିଛନ୍ତି, ‘ମୁଁ କୌଣସି ଅପରାଧ କରି ନାହିଁ। ମୋତେ ଫସାଇ ଦିଆଯାଇଛି। ବୋଧହୁଏ ଏକ ପଲିଗ୍ରାଫ ଟେଷ୍ଟ୍‌ କରାଗଲେ ଏହା ସ୍ପଷ୍ଟ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

ତିରୁପତି ଲଡୁ ବିବାଦକୁ ନେଇ ପଓ୍ବନ କଲ୍ୟାଣଙ୍କ ବଡ଼ ବୟାନ, କହିଲେ ସନାତନ ଧର୍ମ ପାଇଁ…

ହାଇଦ୍ରାବାଦ,୨୦ା୯: ତିରୁପତି ଭେଙ୍କଟେଶ୍ୱରଙ୍କ ମନ୍ଦିର ପ୍ରସାଦ ତିଆରି ପାଇଁ ବ୍ୟବହୃତ ଘିଅରେ ପଶୁ ଚର୍ବି ମିଳିଛି। ଶାସକ ତେଲୁଗୁ ଦେଶମ ପାର୍ଟି (ଟିଡିପି) ଦାବି କରିଛି...

ଚୌକା-ଛକା ବର୍ଷା କଲେ ଭାରତର ବଡ଼ ଶତ୍ରୁ: ବିସ୍ଫୋରକ ଅନ୍ଦାଜ୍‌ରେ ଜିତାଇଲେ ମ୍ୟାଚ୍‌

ଲଣ୍ଡନ,୨୦।୯: ଅଷ୍ଟ୍ରେଲିଆ ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଅଛି। ଏଠାରେ ଉଭୟଙ୍କ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯାଉଛି। ଏହି ସିରିଜର ପ୍ରଥମ ମ୍ୟାଚ...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୦।୮:ଦିନକ ପରେ ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ୪ର୍ଥ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର...

ରିଲାଏନ୍ସ ଡିଜିଟାଲରେ ଆଇଫୋନ୍‌ ୧୬ ରେଞ୍ଜ

ମୁମ୍ବାଇ,୨୦।୯(ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ରିଲାଏନ୍ସ ଗ୍ରୁପ୍‌ର ଅଗ୍ରଣୀ ପ୍ଲାଟ୍‌ଫର୍ମ ‘ରିଲାଏନ୍ସ ଡିଜିଟାଲ’ରେ ବହୁ ପ୍ରତୀକ୍ଷିତ ଆଇଫୋନ୍‌-୧୬ର ସମସ୍ତ ଭାରିଆଣ୍ଟ (ରେଞ୍ଜ) ଉପଲବ୍ଧ...

ମହିଳାଙ୍କ ମୁହଁରେ ହସ ଫୁଟାଇବେ ଭାଜପା ସରକାର: ମହିଳାଙ୍କୁ ମିଳିବ ୨,୧୦୦ ଟଙ୍କା

ରୋହତକ,୨୦ା୯:ହରିୟାଣାରେ ଭାଜପା ପୁନର୍ବାର କ୍ଷମତାସୀନ ହେଲେ ମହିଳାମାନଙ୍କୁ ମାସିକ ୨,୧୦୦ ଟଙ୍କା ଓ କୃଷକଙ୍କୁ ୨୪ ଫସଲ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ପ୍ରଦାନ...

ହଠାତ୍‌ ନିଜ ସାଙ୍ଗକୁ ଭେଟିଲେ ରାହୁଲ ଗାନ୍ଧୀ, କାରଣ ଜାଣିଲେ…

ନୂଆଦିଲ୍ଲୀ,୨୦ା୯: କଂଗ୍ରେସ ନେତା ତଥା ଏମ୍‌ପି ରାହୁଲ ଗାନ୍ଧୀ ଶୁକ୍ରବାର ସକାଳେ ହରିୟାଣାର କର୍ଣ୍ଣଲ ଜିଲାରେ ପହଞ୍ଚିଛନ୍ତି। ସେ ଭୋର୍‌ ସମୟରେ ଘୋଗଦୀପୁର ଗ୍ରାମକୁ ଆସିଥିଲେ।...

ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର,୨୦ା୯: ବାଲେଶ୍ବର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଯନ୍ତ୍ରୀ ଏନ୍‌.ଭି ହରିହର ରାଓଙ୍କ ଘରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri