ରାଜ୍ୟରେ ପୁଣି ୬୪୩ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର,୨୩।୪(ବ୍ୟୁରୋ)-ରାଜ୍ୟରେ ଗୁରୁବାର ପୁଣି ୬୪୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୪୦୭ ଜଣ ଥିବାବେଳେ ଖୋର୍ଦ୍ଧାରୁ ୪୪, ବାଲେଶ୍ୱରରୁ ୩୧, ମୟୂରଭଞ୍ଜରୁ ୨୮, କଟକରୁ ୨୭, ଜଗତସିଂହପୁରରୁ ୧୫, ବରଗଡ ଓ କନ୍ଧମାଳରୁ ୧୪ ଜଣ ଲେଖାଏ, ଢେଙ୍କାନାଳ ଓ କେନ୍ଦୁଝରରୁ ୧୧ ଜଣ ଲେଖାଏ, ଭଦ୍ରକରୁ ୮ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଗଜପତିରୁ ୬, ଯାଜପୁର ଓ ସୁନ୍ଦରଗଡରୁ ୪, ବଲାଙ୍ଗୀର ଓ ଝାରସୁଗୁଡାରୁ ୫ ଜଣ ଲେଖାଏ, କେନ୍ଦ୍ରାପଡା ଓ କୋରାପୁଟରୁ ୩ ଜଣ ଲେଖାଏ, ସମ୍ବଲପୁରରୁ ୨, ଅନୁଗୋଳରୁ ଜଣେ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ୧୪,୩୯୨ରେ ପହଞ୍ଚିଛି। ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।

Share