ରାଜ୍ୟରେ ଆଉ ୭୨୮ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର,୨୫।୭(ବ୍ୟୁରୋ)-ରାଜ୍ୟରେ ଶନିବାର ପୁଣି ୭୨୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଞ୍ଜାମ ଜିଲାରୁ ସର୍ବାଧିକ ୩୯୧ଜଣ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରୁ ୪୯, କଟକରୁ ୪୩, ବାଲେଶ୍ୱରରୁ ୩୩, ଯାଜପୁରରୁ ୩୨, ଗଜପତିରୁ ୨୩, ମୟୂରଭଂଜରୁ ୧୯, ଅନୁଗୋଳରୁ ୧୮, ଜଗତସିଂହପୁର ଓ ନୟାଗଡରୁ ୧୭ ଜଣ ଲେଖାଏ, ସମ୍ବଲପୁରରୁ ୧୧, ମାଲକାନଗିରିରୁ ୧୦ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ବରଗଡ, ଢେଙ୍କାନାଳ, କେନ୍ଦ୍ରାପଡା, ପୁରୀ ଓ ସୁନ୍ଦରଗଡରୁ ୭ ଜଣ ଲେଖାଏ, ବଲାଙ୍ଗୀର, ଝାରସୁଗୁଡା ଓ ସୋନପୁରରୁ ୫ ଜଣ ଲେଖାଏ, ଭଦ୍ରକ ଓ ନବରଙ୍ଗପୁରରୁ ୪ ଜଣ ଲେଖାଏ, କୋରାପୁଟରୁ ୩ ଜଣ, ବୌଦ୍ଧ ଓ କେନ୍ଦୁଝରରୁ ୨ ଜଣ ଲେଖାଏ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ୧୫୯୨୮ରେ ପହଞ୍ଚିଛି। ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।

Share