ଭୁବନେଶ୍ୱର,୧୯।୭(ବ୍ୟୁରୋ): ରାଜ୍ୟରେ ହୁ ହୁ ହୋଇ ବଢ଼ୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ରବିବାର ମୋଟ ୭୩୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ୪୮୧ କ୍ୱାରାଣ୍ଟାଇନ୍ କେସ୍ ରହିଥିବା ବେଳେ ୨୫୫ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି।
ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମର ସର୍ବାଧିକ ୨୪୭ଜଣ ରହିଥିବା ବେଳେ ଅନୁଗୋଳରୁ ୨୨, ବାଲେଶ୍ୱରର ୩୩, ବରଗଡ଼ର ୩, ଭଦ୍ରକର ୫, ବଲାଙ୍ଗୀରର ୪, ବୌଦ୍ଧର ୮, କଟକର ୨୭, ଢ଼େଙ୍କାନାଳ ୧, ଗଜପତିରୁ ୩୯, ଜଗତସିଂହପୁର-ଯାଜପୁରର ୪୦, କଳାହାଣ୍ଡିର ୨, କେନ୍ଦ୍ରାପଡ଼ାର ୭, ଖୋର୍ଦ୍ଧାର ୧୦୭, କେନ୍ଦୁଝରର ୧, କୋରାପୁଟ ୪୫, ମାଲକାନଗିରିର ୧୮, ମୟୂରଭଞ୍ଜର ୧୨, ନବରଙ୍ଗପୁରର ୧, ନୟାଗଡ଼ର ୧୦, ପୁରୀର ୧୪, ରାୟଗଡ଼ାର ୮, ସମ୍ବଲପୁରର ୨୫, ସୁନ୍ଦରଗଡ଼ର ୧୭ ଆକ୍ରାନ୍ତ ଅଛନ୍ତି।
ତେବେ ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୭,୪୩୭ ହୋଇଛି। ସେଥିରୁ ୧୧୯୩୭ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୫୩୮୧ ଆକ୍ଟିଭ୍ କେସ୍ ରହିଥିବା ବିଭାଗ ପକ୍ଷରୁ କୁହାଯାଉଛି।