ରାଜ୍ୟରେ ଆଉ ୮୦୮ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର,୨୪।୭(ବ୍ୟୁରୋ)-ରାଜ୍ୟରେ ଶୁକ୍ରବାର ଆଉ ୮୦୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଞ୍ଜାମ ଜିଲାରୁ ସର୍ବାଧିକ ୫୩୦ ଜଣ ସୁସ୍ଥ ହୋଇଥିବାବେଳେ ରାୟଗଡାରୁ ୬୧, କଟକରୁ ୩୫, ମାଲକାନଗିରିରୁ୩୦, ଗଜପତିରୁ ୨୨,ବାଲେଶ୍ୱରରୁ ୧୯, ଖୋର୍ଦ୍ଧାରୁ ୧୯, ବରଗଡରୁ ୧୮ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଭଦ୍ରକରୁ୧୮, ବୌଦ୍ଧରୁ ୮, ଝାରସୁଗୁଡା, ଜଗତସିଂହପୁର, କେନ୍ଦ୍ରାପଡା ଓ କେନ୍ଦୁଝରରୁ ୭ ଜଣ ଲେଖାଏ, ସମ୍ବଲପୁରରୁ ୫, ନବରଙ୍ଗପୁରରୁ୪, ସୁନ୍ଦରଗଡରୁ ୩, ଅନୁଗୋଳ, ଯାଜପୁର ଏବଂ ପୁରୀରୁ୨ଜଣ ଲେଖାଏ, କୋରାପୁଟ ଓ ନୟାଗଡରୁ ଜଣେ ଲେଖାଏ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ୧୫୨୦୦ରେ ପହଞ୍ଚିଛି। ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।

Share