ଆରୋଗ୍ୟ ହେଲେ ଆଉ ୮୦୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୩୦।୧୧(ବ୍ୟୁରୋ)-ରାଜ୍ୟରେ ସୋମବାର ଆଉ ୮୦୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁନ୍ଦରଗଡ ଜିଲାରୁ ସର୍ବାଧିକ ୮୨ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରୁ ୮୧, ବାଲେଶ୍ୱରରୁ ୬୧, ମୟୂରଭଞ୍ଜରୁ ୫୩, କେନ୍ଦୁଝରରୁ ୫୧, ନୂଆପଡାରୁ ୫୧, କଟକରୁ ୪୭, ଜଗତସିଂହପୁରରୁ ୪୪, ସମ୍ବଲପୁରରୁ ୪୦, କେନ୍ଦ୍ରାପଡାରୁ ୩୮, ଅନୁଗୋଳରୁ ୩୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ବରଗଡରୁ ୩୦, ବଲାଙ୍ଗୀରରୁ ୨୭, ଝାଡସୁଗୁଡାରୁ ୨୧, ପୁରୀରୁ ୨୦, ଯାଜପୁରରୁ ୧୭, କଳାହାଣ୍ଡିରୁ ୧୩, ଢେଙ୍କାନାଳରୁ ୧୨, ନବରଙ୍ଗପୁରରୁ ୯, ନୟାଗଡରୁ ୯, ରାୟଗଡାରୁ ୯, ମାଲକାନଗିରିରୁ ୮, ଭଦ୍ରକରୁ ୭, ଗଞ୍ଜାମରୁ ୬, ବୌଦ୍ଧରୁ ୫, କନ୍ଧମାଳରୁ ୫, କୋରାପୁଟରୁ ୫, ଦେବଗଡରୁ ୪, ଗଜପତିରୁ ୩, ସୋନପୁରରୁ ଜଣେ, ଷ୍ଟେଟପୁଲରୁ ୧୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

Share