ଭୁବନେଶ୍ୱର,୨୯।୭(ବ୍ୟୁରୋ)-ରାଜ୍ୟରେ ବୁଧବାର ପୁଣି ୮୭୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁସ୍ଥ ୮୭୮ଜଣଙ୍କ ମଧ୍ୟରେ ଗଞ୍ଜାମରୁ ୩୯୬ ଜଣ, ଖୋର୍ଦ୍ଧାରୁ ୧୧୪ଜଣ, ଗଜପତିରୁ ୪୯ଜଣ, ଜଗତସିଂହପୁରରୁ ୪୪ଜଣ, କୋରାପୁଟରୁ ୩୫ଜଣ, ବାଲେଶ୍ୱରରୁ ୩୩ଜଣ, କନ୍ଧମାଳରୁ ୨୯ଜଣ, ଅନୁଗୋଳରୁ ୨୬ଜଣ, କେନ୍ଦୁଝରରୁ ୨୩ଜଣ, ନୟାଗଡ଼ରୁ ୧୬ଜଣ, କଟକରୁ ୧୪ଜଣ, ସୁନ୍ଦରଗଡ଼ରୁ ୧୪ଜଣ, ଭଦ୍ରକରୁ ୧୩ଜଣ, ମାଲକାନଗିରିରୁ ୧୧ଜଣ, ଯାଜପୁରରୁ ୧୦ଜଣ, କେନ୍ଦ୍ରାପଡ଼ାରୁ ୮ଜଣ, ବରଗଡ଼, ବୌଦ୍ଧ ଏବଂ ଢେଙ୍କାନାଳରୁ ୭ଜଣ ଲେଖାଏ ସୁସ୍ଥ ହୋଇଥିବା ବେଳେ ଝାରସୁଗୁଡାରୁ ୫ଜଣ ସୁସ୍ଥ ହୋଇଛନ୍ତି। ସେହିପରି ବଲାଙ୍ଗୀର ଏବଂ ପୁରୀରୁ ୪ଜଣ ଲେଖାଏ, ନୂଆପଡା ଏବଂ ରାୟଗଡାରୁ ୩ଜଣ ଲେଖାଏ, ମୟୂରଭଞ୍ଜରୁ ୨ଜଣ ଏବଂ ସମ୍ବଲପୁରରୁ ଜଣେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।
Posted inକରୋନା ଭାଇରସ୍, ମେଟ୍ରୋ, ରାଜ୍ୟ