ରାଜ୍ୟରେ ସୁସ୍ଥ ହେଲେ ୯୦୮ କରୋନା ଆକ୍ରାନ୍ତ: ଖୋର୍ଦ୍ଧା ଜିଲାରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର,୨୭ ା୧୧(ବ୍ୟୁରୋ)-ରାଜ୍ୟରେ ଶୁକ୍ରବାର ଆଉ ୯୦୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୮୩ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଅନୁଗୋଳରୁ ୬୫, କଟକରୁ ୬୩, ମୟୂରଭଞ୍ଜରୁ ୫୬, ସୁନ୍ଦରଗଡରୁ ୫୪, ଝାରସୁଗୁଡାରୁ ୫୧, କେନ୍ଦୁଝରରୁ ୫୧, ବାଲେଶ୍ୱରରୁ ୪୯, ଯାଜପୁରରୁ ୪୨, ବଲାଙ୍ଗୀରରୁ ୪୦, କେନ୍ଦ୍ରାପଡାରୁ ୩୯, ଜଗତସିଂହପୁରରୁ ୩୬, କଳାହାଣ୍ଡିରୁ ୩୬, ନୂଆପଡାରୁ ୩୨, ପୁରୀରୁ ୩୧, ବରଗଡରୁ ୨୬, ସମ୍ବଲପୁରରୁ ୨୪, ଭଦ୍ରକରୁ ୧୭, କନ୍ଧମାଳରୁ ୧୨, କୋରାପୁଟରୁ ୧୨, ନବରଙ୍ଗପୁରରୁ ୧୨, ଢେଙ୍କାନାଳରୁ ୧୦ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଗଞ୍ଜାମରୁ ୧୦, ମାଲକାନଗିରିରୁ ୧୦, ସୋନପୁରରୁ ୭, ବୌଦ୍ଧରୁ ୬, ଗଜପତିରୁ ୪, ନୟାଗଡରୁ ୩, ଦେବଗଡରୁ ୨, ରାୟଗଡାରୁ ୨ ଏବଂ ଷ୍ଟେଟପୁଲରୁ ୨୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

Share