ରାଜ୍ୟରେ ସୁସ୍ଥ ହେଲେ ୯୧୩ କରୋନା ଆକ୍ରାନ୍ତ: ସୁନ୍ଦରଗଡ ଜିଲାରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର,୨୩।୧୧(ବ୍ୟୁରୋ)-ରାଜ୍ୟରେ ସୋମବାର ଆଉ ୯୧୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁନ୍ଦରଗଡ ଜିଲାରୁ ସର୍ବାଧିକ ୧୧୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ମୟୂରଭଞ୍ଜରୁ ୧୧୧, କଟକରୁ ୬୬, ଅନୁଗୋଳରୁ ୬୪, ଖୋର୍ଦ୍ଧାରୁ ୬୨, ନୂଆପଡାରୁ ୫୩, ସମ୍ବଲପୁରରୁ ୪୩, ବାଲେଶ୍ୱରରୁ ୩୭, ଝାଡସୁଗୁଡାରୁ ୩୬, ବରଗଡରୁ ୩୫, କେନ୍ଦ୍ରାପଡାରୁ ୩୫, ଜଗତସିଂହପୁରରୁ ୩୨, କେନ୍ଦୁଝରରୁ ୨୯, ପୁରୀରୁ ୨୬, ଯାଜପୁରରୁ ୨୨, ବଲାଙ୍ଗୀରରୁ ୨୧, ଢେଙ୍କାନାଳରୁ ୧୫, କଳାହାଣ୍ଡିରୁ ୧୫, ନବରଙ୍ଗପୁରରୁ ୧୫, ଗଞ୍ଜାମରୁ ୧୪, ନୟାଗଡରୁ ୧୦, ଭଦ୍ରକରୁ ୮, କୋରାପୁଟରୁ ୮, ମାଲକାନଗିରିରୁ ୮, କନ୍ଧମାଳରୁ ୬, ସୋନପୁରରୁ ୫ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଦେବଗଡରୁ ୩, ଗଜପତିରୁ ୨, ରାୟଗଡାରୁ ୨, ବୌଦ୍ଧରୁ ଜଣେ, ଷ୍ଟେଟପୁଲରୁ ୧୧ ଜଣ ସୁସ୍ଥ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

Share