CORONAVIRUS UPDATE: ଆଜି ରେକର୍ଡ ସଂଖ୍ୟକ ୭୫୫ କରୋନା ପଜିଟିଭ୍‌ ଚିହ୍ନଟ: ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧,୯୫୬ରେ ପହଞ୍ଚିଲା

ଭୁବନେଶ୍ୱର,୧୦ା୭(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଶୁକ୍ରବାର ରେକର୍ଡ ସଂଖ୍ୟକ ୭୫୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୧,୯୫୬ରେ ପହଞ୍ଚତ୍ଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନାରୁ ଜଣାପଡ଼ିଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୫୦୮ କ୍ୱାରାଣ୍ଟାଇନ୍‌ରୁ ଏବଂ ୨୪୭ ଜଣ ସ୍ଥାନୀୟ ସଂକ୍ରମଣ।
ଏମାନଙ୍କ ମଧ୍ୟରୁ ଅନୁଗୋଳରୁ ୩, ବାଲେଶ୍ୱର ୯, ବରଗଡ଼ ୧, ଭଦ୍ରକ ୨, ବଲାଙ୍ଗୀର ୧୨, କଟକ ୫୫, ଦେଓଗଡ଼ ୪, ଢେଙ୍କାନାଳ ୪, ଗଜପତି ୩୦, ଗଞ୍ଜାମ ୩୨୦, ଜଗତସିଂହପୁର ୫, ଯାଜପୁର ୮୬, କନ୍ଧମାଳ ୨, କେନ୍ଦ୍ରାପଡ଼ା ୫, କେନ୍ଦୁଝର ୩୨, ଖୋର୍ଦ୍ଧା ୫୯, କୋରାପୁଟ ୫, ମାଲକାନଗିରି ୧୮, ମୟୂରଭଞ୍ଜ ୧୨, ନୟାଗଡ଼ ୧୬, ପୁରୀ ୧୧, ସମ୍ବଲପୁର୨ ଏବଂ ସୁନ୍ଦରଗଡ଼ରୁ ୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୧, ୯୫୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭,୪୦୭ ସୁସ୍ଥ ହୋଇଛନ୍ତି। ୪,୪୭୬ ଚିକିତ୍ସିତ ହେଉଛନ୍ତି।

Share