ଅକ୍ଷୟ କୁମାର ମୋ’ ଅତୀତର ଏକ ଭୁଲି ଯାଇଥିବା ଅଧ୍ୟାୟ: ଶିଳ୍ପା

ବମ୍ବେ: ପ୍ରେମ ଯେତିକି ସୁନ୍ଦର, ପ୍ରତାରଣା ସେତିକି ଯନ୍ତ୍ରଣାଦାୟକ। ସାଥୀଙ୍କଠାରୁ ଅଲଗା ହେବା ଅନେକଙ୍କ ପାଇଁ ସହଜ ହୋଇ ନ ଥାଏ। ବେଳେବେଳେ ଏହା ଘୃଣାରେ ପରିବର୍ତ୍ତିତ ହୋଇଯାଇଥାଏ। ବଲିଉଡ୍‌ରେ ଅନେକ କଳାକାର ଏଭଳି ଅଛନ୍ତି ଯେଉଁମାନେ ଏଭଳି ସମୟ ଦେଇ ଗତି କରିଛନ୍ତି। କେହି କେହି ନିଜ ସମ୍ପର୍କକୁ ନେଇ ଚୁପ୍‌ ରହିବାକୁ ଶ୍ରେୟ ଭାବିଥିବା ବେଳେ କେହି କେହି ଖୋଲାଖୋଲି ସେ ନେଇ ଚର୍ଚ୍ଚା କରିଛନ୍ତି। ସେଭଳି ଜଣେ ହେଲେ ଶିଳ୍ପା ସେଟ୍ଟୀ । ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ଜୀବନସାଥୀ ପାଲଟିଥିବା ଶିଳ୍ପା ଏକଦା ଅଭିନେତା ଅକ୍ଷୟ କୁମାରଙ୍କୁ ହୃଦୟ ଦେଇ ଭଲପାଉଥିଲେ। ଏହା ଲୋକଦେଖାଣିଆ ନ ଥିଲା।

‘ମେ ଖିଲାଡ଼ି ତୁ ଅନାଡ଼ି’ ଫିଲ୍ମରେ କାମ କରିବା ସମୟରେ ଉଭୟ ପରସ୍ପରର ପ୍ରେମରେ ପଡ଼ିଥିଲେ। ହେଲେ ଅକ୍ଷୟ ଟ୍ବିଙ୍କିଲ ଖାନ୍ନାଙ୍କ ପାଇଁ ତାଙ୍କୁ ପ୍ରତାରଣା କରିଥିଲେ। ହେଲେ ସମ୍ପର୍କ ଭାଙ୍ଗିବା ଶିଳ୍ପାଙ୍କୁ ବଡ଼ ଧକ୍କା ଦେଇଥିଲା।

ଏକ ସାକ୍ଷାତକାରରେ ଶିଳ୍ପା ଅକ୍ଷୟକୁ ସମାଲୋଚନା କରିଥିଲେ। ପ୍ରେମିକ ହିସାବରେ ସେ ଯୋଗ୍ୟର ନ ଥିବା, ଏପରିକି ଆବଶ୍ୟକ ସମୟରେ ତାଙ୍କର ବ୍ୟବହାର କରିଥିବା କହିଥିଲେ। ଆଉ କେହି ମିଳିଯିବା ପରେ ତାଙ୍କୁ ସେ ଛାଡ଼ି ଦେଇଥିବା ମଧ୍ୟ କହିଥିଲେ। ହେଲେ ଅତିତକୁ ଭୁଲିବା ଏତେ ସହଜ ହୋଇ ନ ଥାଏ। ଏବେ କିନ୍ତୁ ଆଗକୁ ସେ ବଢ଼ିଯାଇଛନ୍ତି। ଅକ୍ଷୟ ତାଙ୍କ ପାଇଁ କେବଳ ଅତୀତର ଏକ ଭୁଲି ଯାଇଥିବା ଅଧ୍ୟାୟ ହୋଇ ରହିବେ। ତାଙ୍କ ସହ ଆଉ କେବେ ବି ସେ କାମ କରିବେ ନାହିଁ ବୋଲି ଶିଳ୍ପା କହିଥିଲେ।

Share