ଆଜି ରାଜ୍ୟରେ ପୁଣି ୨୯୯୫ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୭।୧୦(ବ୍ୟୁରୋ): ରାଜ୍ୟରେ ପୁଣି ୨୯୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୭୩୭ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୧୨୫୮ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ୨ ଲକ୍ଷ ୪୦ ହଜାର ୯୯୮ରେ ପହଞ୍ଚିଛି। ବୁଧବାର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୫୬୮ଜଣ ଥିବା ଜଣାପଡିଛି। ସେହିପରି କଟକ ୧୬୬, ମୟୁରଭଞ୍ଜ ୯୨, ବରଗଡ ୯୪, ଭଦ୍ରକ ୨୮, ବାଲେଶ୍ୱର ୧୨୧, ଯାଜପୁର ୯୦, ରାୟଗଡାରୁ ୩୯, ନବରଙ୍ଗପୁର ୬୭, କେନ୍ଦ୍ରାପଡା ୧୩୫, କୋରାପୁଟ ୪୩, ଜଗତସିଂହପୁର ୬୨, ଢେଙ୍କାନାଳରୁ ୬୮, ଝାରସୁଗୁଡା ୬୪, ଅନୁଗୋଳ ୧୪୨, ନୂଆପଡା ୭୪, ସମ୍ବଲପୁର ୧୩୮, ସୁନ୍ଦରଗଡ ୧୦୧, ସୋନପୁର ୮୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Share