ଆଜି ବାତ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର,୨୬।୧୦: ଆଜି ବାତ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୁଖ୍ୟମନ୍ତ୍ରୀ ପ୍ରଭାବିତ ଜିଲାରେ ସକାଳ ୧୧ଟା ୩୫ରୁ ପ୍ରାୟ ୨ ଘଣ୍ଟା ଧରି ଆକାଶ ମାର୍ଗରୁ ପରିଦର୍ଶନ କରି ବାତ୍ୟା ବିଭୀଷିକା ଓ କ୍ଷୟକ୍ଷତିର ସ୍ଥିତି ପରଖିବେ। ଏହାପରେ ଅପରାହ୍ନରେ ଲୋକସେବା ଭବନରେ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିବେ।

ବାତ୍ୟା ‘ଦାନା’ ମଧ୍ୟରେ ଭିତରକନିକା ଓ ଧାମରା ମଧ୍ୟବର୍ତ୍ତୀ ଅଞ୍ଚଳରେ ଲ୍ୟାଣ୍ଡଫଲ୍‌ ହୋଇଛି। ବାତ୍ୟା ମୁକାବିଲାରେ ଆମେ ସମ୍ପୂର୍ଣ୍ଣ ସଫଳତା ହାସଲ କରିଛୁ। ହସ୍ତଗତ ହୋଇଥିବା ତଥ୍ୟ ଅନୁଯାୟୀ ଆମେ ଆମର ‘ଜିରୋ କାଜୁଆଲ୍ଟି’ ଲକ୍ଷ୍ୟ ହାସଲ କରିଛୁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ବାତ୍ୟା ପରବର୍ତ୍ତୀ କ୍ଷୟକ୍ଷତି ଆକଳନ କରିବା ପାଇଁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି କାର୍ଯ୍ୟରେ ନିୟୋଜିତ ଥିବା ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ପରିସ୍ଥିତି ଉପରେ ନଜର ରଖିଛନ୍ତି। ସରକାର ଓ ପ୍ରଶାସନର ତତ୍ପରତା ଯୋଗୁ ପ୍ରାୟତଃ କ୍ଷୟକ୍ଷତି ଘଟିନାହିଁ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଯେଉଁ ସବୁ ଜାଗାରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଥିଲା ସେ ସବୁକୁ ହଟାଯାଇଛି। ବିଦ୍ୟୁତ୍‌ ସରବରାହ ବ୍ୟାଘାତ ହୋଇଥିବା ସ୍ଥାନଗୁଡ଼ିକରେ ତୁରନ୍ତ ବିଦ୍ୟୁତ୍‌ ସଂଯୋଗ ଯୋଗାଇ ଦିଆଯିବ। ରେଳସେବା ମଧ୍ୟ ଆରମ୍ଭ ହୋଇଯାଇଛି। ଭୁବନେଶ୍ୱର ଓ ପୁରୀରୁ ନିର୍ଦ୍ଧାରିତ ସମୟରେ ରେଳ ଚଳାଚଳ କରିବ ବୋଲି ସେ କହିଛନ୍ତି। ସେହିପରି ବିମାନ ଚଳାଚଳ ମଧ୍ୟ ସ୍ବାଭାବିକ ହୋଇଛି। ଭୁବନେଶ୍ୱର ବିମାନବନ୍ଦରରେ ବିମାନ ଅବତରଣ କରିଛି। ପ୍ରଭାବିତ ଅଞ୍ଚଳରେ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ର ଓ ମା’ ଗୃହକୁ ସ୍ଥାନାନ୍ତରିତ ହୋଇଥିବା ଗର୍ଭବତୀଙ୍କ ମଧ୍ୟରୁ ୧୬୦୦ରୁ ଅଧିକ ମହିଳା ନବଜାତ ଶିଶୁଙ୍କୁ ସୁରକ୍ଷିତ ଭାବେ ଜନ୍ମ ଦେଇଛନ୍ତି। ଆମ ପାଇଁ ଖୁସିର କଥା ଉଭୟ ମା’ ଓ ଶିଶୁମାନେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବାତ୍ୟା ‘ଦାନା’ର ପ୍ରଭାବ କମି ଗଲାଣି। ଲୋକମାନେ ଆଶ୍ରୟ ସ୍ଥଳୀରୁ ନିଜ ନିଜ ଘରକୁ ଫେରିବା ଆରମ୍ଭ କଲେଣି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଶେଷ କୃପା ଓ ଆମର ଟିମ୍‌ ସ୍ପିରିଟ୍‌ ଯୋଗୁ ଆମେ ବାତ୍ୟାର ସଫଳ ମୁକାବିଲା କରିପାରିଲୁ। ମୁଖ୍ୟମନ୍ତ୍ରୀ ଏଥିପାଇଁ ଜନସାଧାରଣ, ପ୍ରଶାସନିକ ଅଧିକାରୀ, ଉଦ୍ଧାରକାରୀ ଦଳ, ଡାକ୍ତରୀ ଦଳ, ପୋଲିସ୍‌, ଅଗ୍ନିଶମ ବାହିନୀ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଧନ୍ୟବାଦ ଜଣାଇଥିଲେ।

 

 

 


Enter your email to get our daily news in your inbox.

All Right Reserved By Dharitri.Com

ଗଡ଼ିବାକୁ ଥିଲା ଅଳ୍ପ ସମୟ: ହଠାତ୍‌ ବସ୍‌ରୁ ନିଆଁ

ବାଲେଶ୍ୱର,୨୬।୧୦(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ସହଦେଖୁଣ୍ଟା ବସ୍‌ ଷ୍ଟାଣ୍ଡଠାରେ ଶନିବାର ଭୋର ସମୟରେ ବନଦୁର୍ଗା ନାମକ ଏକ ବସ୍‌ରେ ଅଚାନକ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା...

ରାଜ୍ୟରେ ବନ୍ୟା ସ୍ଥିତିକୁ ନେଇ ବଡ଼ ଅପ୍‌ଡେଟ୍‌ ଦେଲେ ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର,୨୬।୧୦: ବାତ୍ୟା ପରେ ବନ୍ୟା ସ୍ଥିତି ହୋଇନି ବୋଲି ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଶନିବାର ସୂଚନା ଦେଇଛନ୍ତି। କିଛି କିଛି...

ବାତ୍ୟା ସମୟରେ ଲୋକଙ୍କୁ କଟୁକଥା କହି ୪ କର୍ମଚାରୀ ନିଲମ୍ବିତ

ଭୁବନେଶ୍ୱର,୨୬।୧୦: ବାତ୍ୟା ସମୟରେ କାର୍ଯ୍ୟରେ ଅବହେଳା ପାଇଁ ୪ ସରକାରୀ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ୩ ପିଇଓଙ୍କ ସମେତ ଜଣେ ଆରଆଇଙ୍କୁ ନିଲମ୍ବନ ନିର୍ଦ୍ଦେଶ ଦେଇଛନ୍ତି...

‘ଅପର୍ଚୁନିଟିଜ୍‌ ଆଣ୍ଡ୍‌ ଚ୍ୟାଲେଞ୍ଜସ୍‌ ଇନ୍‌ ରିଜିଓନାଲ ମିଡିଆ’ କାର୍ଯ୍ୟକ୍ରମ ଆରମ୍ଭ: ଯୋଗଦେଲେ ବିଶିଷ୍ଟ ସାମ୍ବାଦିକ

ଭୁବନେଶ୍ୱର,୨୬।୧୦: ଭୁବନେଶ୍ୱରରେ ପ୍ରେସ୍‌ କ୍ଲବ୍‌ରେ ଶନିବାର ‘ଅପର୍ଚୁନିଟିଜ୍‌ ଆଣ୍ଡ୍‌ ଚ୍ୟାଲେଞ୍ଜସ୍‌ ଇନ୍‌ ରିଜିଓନାଲ ମିଡିଆ’ ଶୀର୍ଷକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏଡିଟର୍ସ ଗିଲ୍ଡ ଅଫ୍‌ ଇଣ୍ଡିଆ...

ଧର୍ମେନ୍ଦ୍ରଙ୍କୁ ବଡ଼ ଦାୟିତ୍ୱ ଦେଲା ଭାଜପା: ଏବେ…

ଭୁବନେଶ୍ୱର, ୨୬।୧୦(ସୁନିତ୍‌ ମିଶ୍ର):ଝାଡ଼ଖଣ୍ଡରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ଭାଜପା ତା’ର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି। ଏହି...

ଗଣମାଧ୍ୟମକୁ ନିୟନ୍ତ୍ରଣ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ: ପରଞ୍ଜୟ

ବରିଷ୍ଠ ସାମ୍ବାଦିକ ପରଞ୍ଜୟ ଗୁହା ଠାକୁର୍ତ୍ତା ନିଜ ସାଢ଼େ ୪ ଦଶନ୍ଧିର କ୍ୟାରିୟର ଭିତରେ ଅନେକ ଛାପା ଓ ଇଲେକ୍ଟ୍ରୋନିକ୍‌ ଗଣମାଧ୍ୟମରେ କାର୍ଯ୍ୟ କରିଛନ୍ତି। ଓ୍ବେବ୍‌ସାଇଟ୍‌ଠୁ...

ଆଜି ୫ ଜିଲାରେ ସ୍କୁଲ ଛୁଟି:ଜାଣନ୍ତୁ କେଉଁ କେଉଁ ଜିଲା…

ଭୁବନେଶ୍ୱର,୨୬ା୧୦(ଶର୍ମିଷ୍ଠା ପାଣିଗ୍ରାହୀ): ବାତ୍ୟା ପାଇଁ ୩ଦିନ ସ୍କୁଲ ବନ୍ଦ ରହିଥିଲା। ଶନିବାର ସ୍କୁଲ ଖୋଲୁଛି। ମାତ୍ର ବର୍ଷା ଲାଗି ରହିଥିବାରୁ ରାଜ୍ୟର ୫ ଜିଲାରେ ସ୍କୁଲକୁ...

ଅଭିବ୍ୟକ୍ତି ସ୍ବାଧୀନତାକୁ ସଂକୁଚିତ କରୁଛି ଆଇନ: ଅନନ୍ତ ନାଥ

ସାମ୍ବାଦିକତା ଜଗତରେ ଜଣାଶୁଣା ବ୍ୟକ୍ତିତ୍ୱ ଅନନ୍ତ ନାଥ ୨୦୧୦ରେ ‘ଦି କାରାଭାନ’ ପତ୍ରିକା ପୁନଃ ଆରମ୍ଭ କରିଥିଲେ। ତାଙ୍କ ସମ୍ପାଦନାରେ ବାସ୍ତବ କାହାଣୀଗୁଡ଼ିକର ବ୍ୟାଖ୍ୟାନ ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri