ଉପକୂଳ ଜିଲାରେ ମେଘୁଆ ପାଗ, ଘଣ୍ଟାପ୍ରତି ୩ କିମି ବେଗରେ ମାଡି ଆସୁଛି…

ଭୁବନେଶ୍ୱର,୨୩।୧୦: ଆଜି ବାତ୍ୟାର ରୂପ ନେବ ଗଭୀର ଅବପାତ। ୨୪ରେ ଭୀଷଣ ବାତ୍ୟା ରୂପ ନେଇ ଉପକୂଳ ଅତିକ୍ରମ କରିବ ବୋଲି ଜଣାପଡିଛି। ପୁରୀ ଏବଂ ସାଗରଦ୍ବୀପ ମଧ୍ୟରେ ଉପକୂଳ ଅତିକ୍ରମ କରିବ। ଘଣ୍ଟାକୁ ୩ କିମି ବେଗରେ ଗତି କରୁଛି ବାତ୍ୟା ଦାନା। ୨୪ ରାତି କିମ୍ବା ୨୫ ସକାଳେ ଉପକୂଳ ଅତିକ୍ରମ କରିବ ବୋଲି ଆକଳନ କରାଯାଇଛି। ଏହି ସମୟରେ ପବନର ବେଗ ୧୦୦ରୁ ୧୨୦ ମଧ୍ୟରେ ରହିବ।

ଅନ୍ୟପଟେ ଗଭୀର ଅବପାତ ପ୍ରଭାବରେ ଉପକୂଳ ଜିଲାରେ ମେଘୁଆ ପାଗ ରହିଛି। କିଛି ଉପକୂଳ ଜିଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ମଧ୍ୟ ରହିଛି। ତେବେ ଉତ୍ତର ଓ ବାତ୍ୟା ବେଶୀ ପ୍ରଭାବ ପକାଇପାରେ। ୭ଟି ଜିଲାରେ ଆସନ୍ତାକାଲି ଏବଂ ପରଦିନ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ରେଡ ଆଲର୍ଟ ଜାରି ହୋଇଛି।

ସମୁଦ୍ର ଅଶାନ୍ତ ରହୁଥିବାରୁ ଗୋପାଳପୁର, ପାରାଦୀପ ଏବଂ ଧାମରା ବନ୍ଦରରେ ୧ ନମ୍ବର ବିପଦ ସଙ୍କେତ ଜାରି ହୋଇଛି। ଆଜି ରାତି ସୁଦ୍ଧା ପ୍ରଭାବିତ ହେବାକୁ ଥିବା ଜିଲାଗୁଡିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ।


Enter your email to get our daily news in your inbox.

All Right Reserved By Dharitri.Com

ଗଭୀର ଅବପାତ ନେଲା ବାତ୍ୟାର ରୂପ: ରାଡାର ଇମେଜରେ ଦୁଶ୍ୟମାନ ହେଲା ବାତ୍ୟାର ଚିତ୍ର, ପାରାଦୀପରୁ ୫୬୦ କିମି ଦୂରରେ..

ଭୁବନେଶ୍ୱର,୨୩।୧୦: ସୃଷ୍ଟି ହେଲା ବାତ୍ୟା। । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଦାନା’। ଗଭୀର ଅବପାତ ବାତ୍ୟାର ରୂପ ନେଇଥିବା ସୂଚନା ମିଳିଛି।...

ବାତ୍ୟା ପାଇଁ ଭୟଭୀତ ହୁଅନ୍ତୁନି: ବିଏମ୍‌ସି ପକ୍ଷରୁ ୮୦ ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ

ଭୁବନେଶ୍ୱର, ୨୩।୧୦ (ବନ୍ଦନା ସେଠୀ):ସମ୍ଭାବ୍ୟ ବାତ୍ୟା ‘ଦାନା’ର ସଫଳ ମୁକାବିଲା କରିବା ପାଇଁ ବିଏମ୍‌ସି ପକ୍ଷରୁ ମଙ୍ଗଳବାର ଆଉ ଏକ ସମୀକ୍ଷା ବୈଠକ ମୁଖ୍ୟାଳୟସ୍ଥିତ ଏକାମ୍ର...

ପରିବା ଦର ଆକାଶଛୁଆଁ: ପିଆଜ ୭୦, ଆଉ ଆଳୁ…

ବାରଙ୍ଗ,୨୩।୧୦(ଲିଙ୍ଗରାଜ ରାଉତ) ସମ୍ଭାବ୍ୟ ବାତ୍ୟା ‘ଦାନା’ର ପ୍ରଭାବ ଏବେଠାରୁ ବାରଙ୍ଗ ଅଞ୍ଚଳରେ ଦେଖିବାକୁ ମିଳିଛି। ବାରଙ୍ଗ ବଜାର ପରିବା ମାର୍କେଟରେ ପରିବା ମୂଲ୍ୟ ଅହେତୁକ ଭାବେ...

ପାଟଣାର ଝିଅ ପ୍ରିୟଦର୍ଶିନୀପାଇଲେ ଓଏଏସ୍: କହିଲେ ମହିଳା ସଶକ୍ତୀକରଣ ପାଇଁ…

ପାଟଣା,୨୨ା୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ଡୁମୁରିଆ ପଞ୍ଚାୟତ ତଣ୍ଡୋ ଗ୍ରାମର ପ୍ରୀୟଦର୍ଶିନୀ ନାଏକ ଓଡ଼ିଶା ପ୍ରଶାସନିକ ସେବାରେ ୬୫୬ ର଼୍ୟାଙ୍କ ରଖି...

ଅସୁରକ୍ଷିତ ବାତ୍ୟା ଆଶ୍ରୟସ୍ଥଳ: କେଉଁଠି ରହିବେ ବିପନ୍ନ

ତିହିଡ଼ି,୨୩।୧୦(ସଞ୍ଜିତ ବଳ): ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ନେଇ ଲୋକେ ଆତଙ୍କିତ। ଏହାର ମୁକାବିଲା ପାଇଁ ପ୍ରଶାସନିକସ୍ତରରେ ତତ୍ପରତା ପ୍ରକାଶ ପାଇଛି। ବିପନ୍ନଙ୍କ ଆଶ୍ରୟ ପାଇଁ ଖୋଜା...

ବାତ୍ୟା ଭୟ ମଧ୍ୟରେ ବଡ଼ ଘୋଷଣା କଲେ ମନମୋହନ: ଭାଜପା କାର୍ଯ୍ୟକର୍ତ୍ତାମାନେ…

ଭୁବନେଶ୍ୱର, ୨୩।୧୦(ସୁନିତ୍‌ ମିଶ୍ର):ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ‘ଦାନା’ ଭୀଷଣ ବାତ୍ୟା ରୂପ ନେଇ ୨୪ ତାରିଖ ମଧ୍ୟରାତ୍ରିରେ ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା...

ବାତ୍ୟାକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ଆଜି ରାତି ସୁଦ୍ଧା ଲୋକଙ୍କୁ ସ୍ଥାନାନ୍ତର କରାଯିବ

ଭୁବନେଶ୍ୱର,୨୩ା୧୦(ଅନିଲ ଦାସ):ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ପୂରା ଦମ୍‌ରେ ପ୍ରସ୍ତୁତ ଚଳାଇଛନ୍ତି। ତୃଣମୂଳ ସ୍ତରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ବାତ୍ୟା ଦ୍ୱାରା...

ଦର ବଢ଼ାଉଛି ‘ଦାନା’: କଳାବଜାର କରୁଥିବା ବେପାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ଭୁବନେଶ୍ୱର, ୨୩।୧୦(ସୁନିତ୍‌ ମିଶ୍ର/ଅନିଲ ଦାସ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବୁଧବାର ଘନୀଭୂତ ହୋଇ ବାତ୍ୟା ‘ଦାନା’ର ରୂପ ନେବ। ଏହା କ୍ରମଶଃ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri