Posted inରାଜ୍ୟ

ଆଜି ଦାରୁଦିଅଁଙ୍କ ସ୍ନାନଯାତ୍ରା

ପୁରୀ ଅଫିସ, ୪।୬: ରବିବାର ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ସେଥିପାଇଁ ସଜେଇ ହୋଇଛି ସ୍ନାନବେଦି। ଅପେକ୍ଷା କରିଛି ମହାପ୍ରଭୁଙ୍କ ଆଗମନକୁ। ଆଉ କେଇ ଘଣ୍ଟା ପରେ ଚତୁର୍ଦ୍ଧାବିଗ୍ରହ ରନତ୍ବେଦୀରୁ ସ୍ନାନବେଦିକୁ ଓହ୍ଲାଇ ଆସିବେ। ପହଣ୍ଡି ପାଇଁ ରନତ୍ସିଂହାସନ ତଳେ ଚାରମାଳ ବନ୍ଧାଯିବା ସହ ଦଇତାପତି ସେବାୟତଙ୍କ ଦ୍ୱାରା ଦାରୁଦିଅଁଙ୍କୁ ସେନାପଟା ଲାଗି କରାଯାଇଛି। ରବିବାର ଭଉଣୀଭାଇଙ୍କ ସହ ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ପ୍ରତ୍ୟକ୍ଷ ସ୍ନାନ କରିବେ ଚତୁର୍ଦ୍ଧାବିଗ୍ରହ। ସ୍ନାନ ପରେ ହାତୀବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ସ୍ନାନଯାତ୍ରା ଦେଖିବା ସହ ମହାପ୍ରଭୁଙ୍କ ସାନ୍ନିଧ୍ୟ ଲାଭ କରିବାର ସୁଯୋଗ ପାଉଥିବାରୁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ସମାଗମ ବଢ଼ିବାରେ ଲାଗିଛି। ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ମାର୍କେଟ ଛକଠାରୁ ବ୍ୟାରିକେଡ୍‌ ବ୍ୟବସ୍ଥା କରାଯିବା ସହ ପୋଲିସ ପ୍ରଶାସନ ପକ୍ଷରୁ ଆଇନଶୃଙ୍ଖଳା, ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ଚଳିତବର୍ଷ ପଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ ସମୁଦାୟ ୩୫୦୦ଜଣ ସୁରକ୍ଷାକର୍ମୀ ଓ ୬୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ। ସେପଟେ ଭକ୍ତଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡର ବ୍ୟବସ୍ଥା କରାଯାଇଥିବା ବେଳେ ଶ୍ରୀମନ୍ଦିର ଭିତରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ କଡ଼ାକଡ଼ି କରାଯାଇଛି। ଏଥିସହ ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ନୀତିନିର୍ଘଣ୍ଟ ନିର୍ଦ୍ଧାରିତ ହୋଇଛି। ରବିବାର ଭୋର ୩.୩୦ରେ ମହାପ୍ରଭୁଙ୍କ ମଙ୍ଗଳାର୍ପଣ କରାଯାଇ ଧାଡି ପହଣ୍ଡିରେ ଚତୁର୍ଦ୍ଧାବିଗ୍ରହଙ୍କୁ ସ୍ନାନବେଦି ଉପରକୁ ବିଜେ କରାଯିବ। ଭୋର ୪ଟାରୁ ପହଣ୍ଡି ଆରମ୍ଭ ହୋଇ ସକାଳ ୬ଟା ସୁଦ୍ଧା ଶେଷ ହେବା ପରେ ମଙ୍ଗଳଆଳତି, ମଇଲମ ଓ ଅନ୍ୟାନ୍ୟ ନୀତି କରାଯାଇ ସକାଳ ୯.୩୦ରୁ ସାଢେ ୧୧ଟା ମଧ୍ୟରେ ଜଳଲାଗି ନୀତି ଅନୁଷ୍ଠିତ ହେବ। ଗରାବଡୁ ସେବକମାନେ ସଂଗୃହୀତ ଜଳକୁ ସ୍ନାନବେଦିକୁ ଆଣିବା ପରେ ପଞ୍ଚ ଉପଚାର ବିଧିରେ ମେକାପଙ୍କ ସହାୟତାରେ ଜଳଲାଗି କରାଯିବ। ପରେ ମହାପ୍ରଭୁଙ୍କ ଛେରାପହଁରା ନୀତି ବଢିବା ପରେ ମଧ୍ୟାହ୍ନ ୧୨.୪୫ରୁ ଅପରାହ୍ନ ୨.୩୦ ମଧ୍ୟରେ ହାତୀବେଶ କରାଯାଇ ଭୋଗ ଅନୁଷ୍ଠିତ ହେବ। ପରେ ଦୁର୍ଲଭ ହାତୀବେଶକୁ ଶ୍ରଦ୍ଧାଳୁମାନେ ବଡ଼ଦାଣ୍ଡ ସମେତ ସ୍ନାନମଣ୍ଡପର ଅତି ନିକଟରୁ ସନ୍ଧ୍ୟା ୬ଟାରୁ ରାତି ୯.୩୦ ଅର୍ଥାତ୍‌ ୩.୩୦ ଘଣ୍ଟା ପର୍ଯ୍ୟନ୍ତ ଦର୍ଶନ କରିବାର ସୁଯୋଗ ପାଇବେ। ପରେ ରାତି ୧୦ଟାରୁ ରାତି ୧ଟା ମଧ୍ୟରେ ବାହୁଡ଼ା ପହଣ୍ଡି ଅନୁଷ୍ଠିତ ହେବ। ତେବେ ସ୍ନାନଯାତ୍ରାକୁ ଦୃଷ୍ଟିରେ ରଖି ସେନାପଟା ଲାଗି କାର୍ଯ୍ୟ ସମ୍ପାଦିତ କରିଛନ୍ତି ଦଇତାପତି ସେବାୟତମାନେ। ବିଳମ୍ବିତ ରାତିରେ କୋଠଶୁଆଁଶିଆମାନେ ମହାପ୍ରଭୁଙ୍କ ଚାରମାଳ ବନ୍ଧା କାର୍ଯ୍ୟ ସମ୍ପନ୍ନ କରିଥିଲେ। ପହଣ୍ଡି ସମୟରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଦଇତାପତିମାନେ ସେନାପଟା ଲାଗି କରୁଥିବାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିଥିଲା। ମହାପ୍ରଭୁଙ୍କ ସେନାପଟା ଲାଗି ନୀତି ପରେ ଅନ୍ୟାନ୍ୟ ନୀତି ହୋଇ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା। ଶ୍ରଦ୍ଧାଳୁମାନେ ବ୍ୟାରିକେଡ ମଧ୍ୟ ଦେଇ ଶ୍ରୀମନ୍ଦିର ପରିସରକୁ ଯାଇ ଶ୍ରୀବିଗ୍ରହଙ୍କୁ ଦର୍ଶନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଚ ନେବାବେଳେ ବ୍ଲକ ଯୋଗାଣ ସାହାୟିକାଙ୍କ ଉପରେ ମାଡିବସିଲା ଭିଜିଲାନ୍ସ, ୪ ସ୍ଥାନରେ ଚାଲିଛି ଚଢାଉ

କୋରାପୁଟ,୨୩।୧୨ ( ଅମିତାଭ ବେହେରା ): ଭିଜିଲାନ୍ସ ଜାଲରେ ପଡିଲେ ଦଶମନ୍ତପୁର ବ୍ଲକର ଯୋଗାଣ ସାହାୟିକା ( ଏମଆଇ )ମମତା ବେହେରା। କୋରାପୁଟ ଜିଲାର ଦଶମନ୍ତପୁର...

ମନ୍ତ୍ରୀ କଲେ ବଡ଼ ଖୁଲାସା: ”ରାଜ୍ୟରେ ଏବେ ବି ରହିଛି ବିଜେଡି ଶାସନ ଚାପ”

କେସିଙ୍ଗା, ୨୩।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରରେ ଆୟୋଜିତ ବୁଢା ଡଙ୍ଗର ଲୋକ ମହୋତ୍ସବରେ ଯୋଗଦେବା ପାଇଁ ଗସ୍ତରେ ଆସିଥିବା ପଞ୍ଚାୟତିରାଜ, ଗ୍ରାମ୍ୟ ଉନ୍ନୟନ...

ପ୍ରେସର କୁକର୍ ଗୋଦାମରେ ଅଗ୍ନିକାଣ୍ଡ

ଭୁବନେଶ୍ୱର,୨୩।୧୨: ସତ୍ୟନଗର ସ୍ଥିତ ଏକ ପ୍ରେସର କୁକର୍ ଗୋଦାମରେ ଅଗ୍ନିକାଣ୍ଡ ଘଟିଛି। ନିଆଁର ପ୍ରଭାବ ବହୁତ ଅଧିକ ଥିବା ଅବେଳେ ଏଥିରେ ଗୋଦାମରେ ଥିବା ସାମଗ୍ରୀ...

ଅଦିନିଆ ବର୍ଷାରେ ଫସଲ କ୍ଷୟକ୍ଷତି: ଚାଷୀଙ୍କ ପାଇଁ ବଡ଼ ଘୋଷଣା କଲେ ରାଜସ୍ଵ ମନ୍ତ୍ରୀ

ଭୁବନେଶ୍ୱର,୨୩।୧୨: ରାଜ୍ୟରେ ଶୀତଦିନରେ ଅଦିନିଆ ବର୍ଷା କାରଣରୁ ଚାଷୀମାନେ କ୍ଷତିର ସାମ୍ନା କରିଛନ୍ତି। ଅନେକ ଜିଲାରେ ଧାନ ବିଲରେ ଧାନ ଭାସି ଯାଇଥିବା ବେଳେ ବାଦାମ...

୨୦୨୪ ନିର୍ବାଚନରେ ଅନିୟମିତତା ଅଵିହଯୋଗ ଆଣିଲା ବିଜେଡି, ଭୋଟ୍ ପାର୍ଥକ୍ୟ ନେଇ ଆପତ୍ତି

ଭୁବନେଶ୍ୱର,୨୩।୧୨: ୨୦୨୪ ଗତ ସାଧାରଣ ନିର୍ବାଚନରେ ବଡ଼ ଅନିୟମିତତା ଅଭିଯୋଗ ଆଣିଛି ବିଜୁ ଜନତା ଦଳ। ସୋମବାର ବିଜେଡି ସଂସଦୀୟ ଟିମ୍‌ ନିର୍ବାଚନ କମିଶନରଙ୍କୁ ଭେଟି...

ଆଉ ଦିନକ ପରେ ବଡଦିନ: ରାଇକିଆ ପୋଲିସର ଫ୍ଲାଗମାର୍ଚ୍ଚ

ରାଇକିଆ,୨୩।୧୨(ପ୍ରଦୀପ ବେହେରା): ଆଉ ଦିନକ ପରେ ବଡଦିନ। ଏନେଇ କନ୍ଧମାଳ ଜିଲା ରାଇକିଆ ବ୍ଲକର ବିଭିନ୍ନ ଚର୍ଚ୍ଚରେ ଆକର୍ଷଣୀୟ ସଜସଜ୍ଜା ସାଙ୍ଗକୁ ବ୍ୟାପକ ପ୍ରସ୍ତୁତି ଚାଲିଛି।...

ବନ ବିଭାଗର ବଡ଼ ଧରଣର ଚଢ଼ାଉ: ଧରାପଡ଼ିଲେ ବାଘ ଛାଲ ରାକେଟ୍‌

ଭୁବନେଶ୍ୱର,୨୩।୧୨: ବାଲେଶ୍ୱର ଏବଂ ମୟୂରଭଞ୍ଜ ଜିଲାରେ ସୋମବାର ବନ ବିଭାଗ ଏବଂ ସ୍ପେଶାଲ ସ୍କ୍ବାଡ୍‌ ପକ୍ଷରୁ ବଡ଼ ଧରଣର ଚଢ଼ାଉ କରାଯାଇଛି। ଚଢାଉ ବେଳେ ଅଧିକାରୀମାନେ...

ଜିନ୍ନତକୁ ଟ୍ରାଙ୍କୁଲାଇଜ ପାଇଁ ଚାଲିଛି ଉଦ୍ୟମ

ଭୁବନେଶ୍ୱର,୨୩।୧୨: ଶିମିଳିପାଳରୁ ଖସି ପଳାଇଥିବା ବାଘୁଣୀ ଜିନ୍ନତକୁ ଓଡ଼ିଶା ଫେରାଇ ଆଣିବାକୁ ବନ ବିଭାଗ କସରତ ଆରମ୍ଭ କରିଦେଇଛି। ବାଘୁଣୀ ଜିନ୍ନତ ଏବେ ପଶ୍ଚିମବଙ୍ଗ ପୁରୁଲିଆରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri