Posted inଖେଳ

ଆଜି ଧୋନୀ, ରୋହିତ ଲଢ଼େଇ

ମୁମ୍ବାଇ,୮ା୪(ପି.ଟି.): ଆଇପିଏଲ ଇତିହାସର ଦୁଇ ସଫଳତମ ଅଧିନାୟକ ରୋହିତ ଶର୍ମା ଓ ମହେନ୍ଦ୍ର ସିଂ ଧୋନୀଙ୍କ ମଧ୍ୟରେ ଶନିବାର ହେବ ମ୍ୟାଚ୍‌। ରୋହିତଙ୍କ ଶାନ୍ତ ସ୍ବଭାବ ଓ ଧୋନୀଙ୍କ ବୁଦ୍ଧି ମଧ୍ୟରେ ଏକ ସନ୍ତୁଳିତ ଲଢେଇ ଫ୍ୟାନମାନଙ୍କୁ ଦେଖିବାକୁ ମିଳିବ। ଆର୍‌ସିବି ବିପକ୍ଷ ପରାଜୟ ପରେ ମୁମ୍ବାଇ ଇଣ୍ଡିଆନ୍ସ ଏକ ସପ୍ତାହର ବିଶ୍ରାମ ପରେ ପଡିଆକୁ ଫେରୁଛି। ଅନ୍ୟ ପକ୍ଷରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ବିପକ୍ଷରେ ବିଜୟ ପରେ ଧୋନୀଙ୍କ ସୁପର କିଙ୍ଗ୍ସ ମଧ୍ୟ ଆତ୍ମବିଶ୍ୱାସରେ ନଜର ଆସିବ। ଚଳିତ ସିଜନରେ ମୁମ୍ବାଇ ପ୍ରଥମ ଥର ପାଇଁ ଘରୋଇ ଦର୍ଶକଙ୍କ ସମ୍ମୁଖରେ ଓ୍ବାଙ୍ଖଡେରେ ଖେଳିବ। ପ୍ରଥମ ମ୍ୟାଚରେ ମୁମ୍ବାଇର ଟପ୍‌ ଅର୍ଡର ବିଫଳ ହୋଇଥିବା ବେଳେ ଚିନ୍ନାସ୍ବାମୀରେ ବିରାଟ କୋହଲି ଓ ଫାଫ ଡୁ ପ୍ଲେସି ଚାରିଆଡକୁ ଶଟ୍‌ ମାରିଥିଲେ। ଓ୍ବାଙ୍ଖଡେର ଟ୍ରାକ୍‌ ବ୍ୟାଟରଙ୍କୁ ସୁହାଉଥିବା ବେଳେ ଚେନ୍ନାଇ ପେସ୍‌ ବୋଲର ରାଜବର୍ଦ୍ଧନ ହଙ୍ଗରଗେକର ଓ ତୁଷାର ଦେଶପାଣ୍ଡେଙ୍କ ନିକଟରେ ଆବଶ୍ୟକ ଅଭିଜ୍ଞତା ନାହିଁ। ଏହାକୁ ନିଜ ସପକ୍ଷରେ ନେବା ପାଇଁ ମୁମ୍ବାଇ ପ୍ରୟାସ କରିପାରେ। ତେବେ ଦଳର ଭାଗ୍ୟ ନିର୍ଦ୍ଧାରଣ କରିବେ ଦୁଇ ସ୍ପିନ୍‌ ବୋଲର ମିଚେଲ୍‌ ସାଣ୍ଟନର ଓ ମୋଇନ୍‌ ଅଲୀ। ଚେନ୍ନାଇ ଦଳରେ ଯୋଗ ଦେଇଥିବା ସିସାନ୍ଦା ମଗଲା ଏହି ମ୍ୟାଚ୍‌ ପାଇଁ ଦଳରେ ସାମିଲ ହୋଇପାରନ୍ତି। ବିଗତ କିଛି ଆଇପିଏଲ୍‌ ସିଜନରେ ବଡ ଇନିଂସ ଖେଳି ନ ଥିବା ମୁମ୍ବାଇ ଅଧିନାୟକ ରୋହିତ ଶର୍ମାଙ୍କ ଉପରେ ବଡ ସ୍କୋରର ଚାପ ରହିବ। ଓ୍ବାଙ୍ଖଡେର ଦୁଇ ପାର୍ଶ୍ୱର ବାଉଣ୍ଡାରୀ ଛୋଟ ହୋଇଥିବାରୁ ଜୋଫ୍ରା ଆର୍ଚରଙ୍କ ବୋଲିଂ ରଣନୀତି ଉପରେ ସଭିଙ୍କ ନଜର ରହିବ। ଅର୍ଶଦ୍‌ ଖାନ୍‌ ଓ କାମେରୁନ୍‌ ଗ୍ରୀନଙ୍କ ପରି ବୋଲରଙ୍କ ବିପକ୍ଷରେ ଆକ୍ରମଣର ଯୋଜନା କରିପାରନ୍ତି ସିଏସ୍‌କେ ଓପନର ଡେଭନ୍‌ କନ୍‌ଓ୍ବେ ଓ ଋତୁରାଜ ଗାଏକ୍ୱାଡ। ଗାଏକ୍ୱାଡ ଚଳିତ ସିଜନରେ ଟପ୍‌ ଫର୍ମରେ ରହିଛନ୍ତି। ଅନ୍ୟ ପକ୍ଷରେ ବୁମ୍‌ରାଙ୍କ ଅନୁପସ୍ଥିତି ମଧ୍ୟ ମୁମ୍ବାଇର ସମସ୍ୟା ବଢାଇଛି। ରିଲି ମେରେଡିଥ୍‌ ଓ ସନ୍ଦୀପ ଓ୍ବାରିୟରଙ୍କ ପରି ବୋଲର ଦଳ ସହିତ ଥିବାରୁ ଏହା ବୋଲିଂ ଆକ୍ରମଣରେ ବିବିଧତା ସୃଷ୍ଟି କରିବ ବୋଲି କହିଛନ୍ତି ରୋହିତ ଶର୍ମା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

୬୩୭ ଦିନ ପରେ ଟେଷ୍ଟରେ କମାଲ୍‌ କଲେ ପନ୍ତ

ଚେନ୍ନାଇ,୨୧।୯: ଟିମ ଇଣ୍ଡିଆର ତାରକା ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଟେଷ୍ଟ କ୍ରିକେଟ ପ୍ରତ୍ୟାବର୍ତ୍ତନ ଦୃଢ ଼ ପ୍ରମାଣିତ ହେଉଛି। ଦେଢ ବର୍ଷରୁ ଅଧିକ ସମୟ...

ପାଟିରେ କଳାଫିତା କାମୁଡି ବ୍ୟାଟିଂ କଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ଶାକିବଙ୍କ ଭିଡିଓ...

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri