ଭୁବନେଶ୍ୱର,୧୯।୩(ବ୍ୟୁରୋ):ଆଜି ହେଉଛି ରଙ୍ଗ ଏବଂ ଭାଇଚାରାର ପର୍ବ ହୋଲି। ସବୁଆଡେ ଏହି ପର୍ବକୁ ବେଶ୍ ଖୁସି,ଆନନ୍ଦର ସହ ପାଳନ କରନ୍ତି। ପରସ୍ପରକୁ ରଙ୍ଗ ବୋଳି ଶୁଭେଚ୍ଛା ଜଣାଉଛନ୍ତି। ସମସ୍ତ ରାଗ, ଅଭିମାନ ଭୁଲି ରଙ୍ଗରେ ରଙ୍ଗୀନ୍ ହୋଇଯିବାର ଦିନ ଆଜି। ଆଜି ବୟସର କି ସମ୍ପର୍କର ବାଛବିଚାର ନାହିଁ । ଦୁଇ ବର୍ଷ କୋଭିଡ୍ କଟକଣା ପରେ ଏଥର ହୋଲିରେ ଅଧିକ ଚମକ ଦେଖିବାକୁ ମିଳୁଛି। ଛୋଟରୁ ବଡ ସଭିଏଁ ରଙ୍ଗରେ ରଙ୍ଗେଇ ହୋଇଛନ୍ତି। ଘରେ ଘରେ ଜମିଛି ହୋଲିର ଆସର । ଆନନ୍ଦ ଉଲ୍ଲାସର ପର୍ବ ହୋଲି ମନାଉଛନ୍ତି ସଭିଏଁ । ଗାଁଠୁ ସହର ସବୁଠି ହୋଲିର ମାହୋଲ ।