ଆଜି ଶ୍ରୀମନ୍ଦିରରେ ହରିଶୟନ ଏକାଦଶୀ ନୀତି

ପୁରୀ,୨୯।୭(ଅଜିତ ମହାନ୍ତି): ଶ୍ରୀମନ୍ଦିରରେ ଶନିବାର ହରିଶୟନ ଏକାଦଶୀ ନୀତି ଅନୁଷ୍ଠିତ ହେବ । ଏହି ବିଧି ଅନୁଯାୟୀ, ତିନି ଜଣ ପୂଜାପଣ୍ଡା ସାମନ୍ତ ଶୟନ ଠାକୁର ତିନି ମୂର୍ତ୍ତି ସୁବର୍ଣ୍ଣ ପ୍ରତିମାଙ୍କୁ ଆଣନ୍ତି । ଶ୍ରୀବଳଭଦ୍ରଙ୍କ ସ୍ଥାନରେ ବାସୁଦେବ, ଦେବୀ ସୁଭଦ୍ରାଙ୍କ ସ୍ଥାନରେ ଭୁବନେଶ୍ୱରୀ ଓ ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଶ୍ରୀନାରାୟଣ(ଶୟନଠାକୁର) ଙ୍କୁ ବିଜେ ହୋଇଥାନ୍ତି । ସେଠାରେ ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହୁଏ । ଏହାପରେ ଶୟନ ଠାକୁରଙ୍କୁ ହାତରେ ବିଜେ କରାଇ ପୂଜାପଣ୍ଡା ସାମନ୍ତମାନେ ଭଣ୍ଡାର ଦୁଆରେ ପହଞ୍ଚନ୍ତି । ସେଠାରେ ବିଧି ମୁତାବକ ଶୟନ ନୀତି ଅନୁଷ୍ଠିତ ହେବ । ଏହାର ପରଦିନ ଅର୍ଥାତ ରବିବାର ଶ୍ରୀମନ୍ଦିର ଗରୁ ଶୟନ ନୀତି ହେବାର ବିଧି ରହିଛି।

Share