Posted inଖେଳ

ଆଜି ଚମକିବ ଭାରତ, ଅଲିମ୍ପିକ୍ସ ମୈଦାନରେ ଲଢ଼ିବେ ଏହି କ୍ରୀଡ଼ା ଷ୍ଟାର୍‌

ନୂଆଦିଲ୍ଲୀ, ୦୮।୦୮: ପ୍ୟାରିସ୍‌ରେ ଜାରି ରହିଥିବା ଅଲିମ୍ପିକ୍ସର ୧୨ତମ ଦିନର ଖେଳ ସରିଛି। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତକୁ ମାତ୍ର ୩ଟି ବ୍ରୋଞ୍ଜ ମୋଡାଲ୍‌ ମିଳିଛି । ଏହା କେବଳ ସୁଟିଂ ଇଭେଣ୍ଟରୁ ଆସିଛି । ସମସ୍ତ ଭାରତୀୟ ପ୍ରଶଂସକ ଆଶା କରିଥିଲେ ଯେ ଭିନେଶ ଫୋଗେଟ ସ଼୍ବର୍ଣ୍ଣ ପଦକ ଜିତିବାରେ ସଫଳ ହେବେ। କିନ୍ତୁ ଫାଇନାଲ୍‌ ମ୍ୟାଚ୍‌ ପୂର୍ବରୁ ଓଜନ ଅଧିକ ଥିବାରୁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା। ଏହା ବ୍ୟତୀତ ମାରାବାଇ ଚାନୁ ମଧ୍ୟ ଭାରୋତ୍ତୋଳନ ଇଭେଣ୍ଟରେ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି। ଫଳରେ ଆଉ ଗୋଟିଏ ପଦକ ଆଶା ମଉଳି ଯାଇଛି ।

ପ୍ୟାରିସ ଅଲିମ୍ପିକ୍ସରେ ଭଲ ପ୍ରଦର୍ଶନ ସହିତ ଭାରତୀୟ ହକି ଦଳ ଅଷ୍ଟ୍ରେଲିଆକୁ ହରାଇ ସମସ୍ତଙ୍କୁ ଚମକାଇ ଦେଇଥିଲା । କିନ୍ତୁ ସେମିଫାଇନାଲ ମ୍ୟାଚରେ ଜର୍ମାନ ଦଳ ନିକଟରୁ ୩-୨ ବ୍ୟବଧାନରେ ପରାସ୍ତ ହୋଇଥିଲା। ଏଭଳି ପରିସ୍ଥିତିରେ ଭାରତବାସୀ ହକି ଦଳଠାରୁ ଆଶା କରୁଛନ୍ତି ଯେ ଅନ୍ତତଃ ପକ୍ଷେ ଦଳ ବ୍ରୋଞ୍ଜ ପଦକ ଜିତିବ । ଆଜି ଦଳ ସ୍ପେନ ସହିତ ମୁହାଁମୁହିଁ ହେବ। ଏହା ବ୍ୟତୀତ ଅମାନ ସେହରାୱତ ଏବଂ ଅନୁସୁ ମଲିକ ମଧ୍ୟ କୁସ୍ତିରେ ନଜର ଆସିବେ। ନୀରଜ ଚୋପ୍ରାଙ୍କ ପଦକ ଇଭେଣ୍ଟ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି ।

ତେବେ ଅଲିମ୍ପିକ୍ସର ୧୩ତମ ଦିନରେ ଭାରତର କାର୍ଯ୍ୟସୂଚୀ ହେଉଛି-
ମହିଳା ଗଲ୍ଫ ବ୍ୟକ୍ତିଗତ ଷ୍ଟ୍ରୋକ ପ୍ଲେ ରାଉଣ୍ଡ ୨ – ଆଦିତ୍ୟ ଅଶୋକ ଏବଂ ଦିଶା ଦାଗର -୧୨.୩୦
ଆଥଲେଟିକ୍ସରେ ମହିଳା ୧୦୦ ମିଟର ହର୍ଡଲ୍ସ ରିପେଚେଜ ରାଉଣ୍ଡ – ଜ୍ୟୋତି ୟାରାଜୀ – ୨.୦୫
ରେସଲିଂରେ ପୁରୁଷ ୫୭ କିଲୋଗ୍ରାମ ବର୍ଗର ୧୬ ରାଉଣ୍ଡ – ଅମାନ ସେହରାୱାତ ବନାମ ଭ୍ଲାଡିମିର ଏଗୋରୋଭ – ଅପରାହ୍ନ ୨.୩୦
ରେସଲିଂରେ ମହିଳା ୫୭ କିଲୋଗ୍ରାମ ବର୍ଗରେ ରାଉଣ୍ଡ ୧୬ – ଅନୁସୁ ମଲିକ ବନାମ ହେଲେନ ମାରୋଲିସ – ଅପରାହ୍ନ ୨.୩୦
ହକି ବ୍ରୋଞ୍ଜ ପଦକ ମ୍ୟାଚ – ଭାରତ ବନାମ ସ୍ପେନ – ୫.୩୦
ଜାଭେଲିନ ଥ୍ରୋ ପଦକ ଇଭେଣ୍ଟ ପୁରୁଷ – ନୀରଜ ଚୋପ୍ରା – ରାତି ୧୧.୫୫


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତର ସମ୍ମାନ ରଖିଲେ ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ସମ୍ମାନ ରକ୍ଷା କରିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ। ଭାରତ ୧୪୪ ରନ୍‌ରେ ୬ ଉଇକେଟ ହରାଇ...

୨୦ ବର୍ଷ କ୍ରିକେଟ୍‌ରୁ ବାସନ୍ଦ ହେଲେ ଏହି ଖେଳାଳି

ମେଲବୋର୍ନ, ୨୦ା୯: ଶ୍ରୀଲଙ୍କାର ପୂର୍ବତନ ଟେଷ୍ଟ କ୍ରିକେଟର ଦୁଲୀପ ସମରବୀରା ଅଷ୍ଟ୍ରେଲିଆରେ କୋଚିଂ ଦେବାରୁ ୨୦ବର୍ଷ ବାସନ୍ଦ ହୋଇଛନ୍ତି। ସେ ଭିକ୍ଟୋରିଆ ମହିଳା ଦଳର କୋଚ୍‌...

୧୪୭ ବର୍ଷ କ୍ରିକେଟ୍‌ ଇତିହାସରେ ପ୍ରଥମ ଖେଳାଳି ଭାବେ ଏମିତି ରେକର୍ଡ କଲେ ଆର୍‌. ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ମ୍ୟାଚ୍‌ର ପ୍ରଥମ ଦିନରେ...

୧୧୯ ବର୍ଷ ପୂର୍ବେ କରିଥିଲେ ଡେବ୍ୟୁ, ୨୯ ବର୍ଷ ଖେଳି ହାସଲ କଲେ ୧୯୯ ଶତକ: ତାଙ୍କ ଆଖପାଖରେ ନାହାନ୍ତି ସଚିନ-କୋହଲି

ନୂଆଦିଲ୍ଲୀ,୧୯।୯: କ୍ରିକେଟରେ ଶତକ ସ୍କୋର କରିବା ଏକ ବଡ଼ ସଫଳତା। ୧୦୦ ରନ ପୂରଣ କରିବାକୁ ଜଣେ ବ୍ୟାଟ୍ସମ୍ୟାନଙ୍କୁ ଅନେକ ଘଣ୍ଟା ପାଇଁ କ୍ରିଜରେ ରହିବାକୁ...

ପଡିଆରେ ଏହି ମନ୍ତ୍ର ଜପ କରନ୍ତି ବିରାଟ କୋହଲି, ଆଉ ଗୌତମ ଗମ୍ଭୀର…

ନୂଆଦିଲ୍ଳୀ,୧୯ା୯(ପି.ଟି.): ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ସାକ୍ଷାତକାର ଅବସରରେ ଉଭୟଙ୍କ ଆଧ୍ୟାତ୍ମିକତାର ରୁଚି ସାମ୍ନାକୁ ଆସିଛି।...

ଗମ୍ଭୀର-ବିରାଟ ବିବାଦ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ

ଚେନ୍ନାଇ,୧୯ା୯(ପି.ଟି.):ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ମଧ୍ୟରେ ପଡିଆ ବାହାରେ ବିବାଦକୁ ନେଇ ସର୍ବଦା ଖବର ଦେଖିବାକୁ...

ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ: ସ୍ବୟମ୍‌ଜିତଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ୱର, ୧୯।୯ (ତପନ ସ୍ବାଇଁ): ଫିଜିର ସୁଭାରେ ଚାଲିଥିବା ରାଜ୍ୟଗୋଷ୍ଠୀ ୟୁଥ୍‌, ଜୁନିୟର ଓ ସିନିୟର ଭାରୋତ୍ତୋଳନ ଚାମ୍ପିୟନଶିପ୍‌ରେ ଓଡ଼ିଶାର ସ୍ବୟମଜିତ ପ୍ରସାଦ ସାହୁ ବୁଧବାର...

ପ୍ରଥମ ଦିବସରେ ଏକାଧିକ ମିଟ୍‌ ରେକର୍ଡ

ଭୁବନେଶ୍ୱର, ୧୯।୯ (ତପନ ସ୍ବାଇଁ): ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଓ ଓଡ଼ିଶା ଆଥଲେଟିକ୍ସ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ୭୦ତମ ରାଜ୍ୟ ସିନିୟର ଆଥଲେଟିକ୍ସ ଚାମ୍ପିୟନଶିପ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri