ଟି-୨୦ ବିଶ଼୍ବକପ୍‌: ଭାରତ ବିରୋଧରେ ପାକିସ୍ତାନ ଟିମ୍‌ର ବଡ଼ ଚାଲ୍‌, ବଦଳାଇ ପାରେ ରଣନୀତି

ନୂଆଦିଲ୍ଲୀ, ୯ା୬: ଆଇସିସି ଟି-୨୦ ବିଶ଼୍ବକପ୍‌ରେ ଆଜି ହାଇ-ଭୋଲଟେଜ୍‌ ମ୍ୟାଚ୍‌ ଦେଖିବାକୁ ମିଳିବ । ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଡ଼ ଟକ୍କର ହେବ। ପ୍ରତିଥର ଭଳି ଟିମ୍‌ ଇଣ୍ଡିଆର ପଲା ଭାରି ରିହିବା ନେଇ ଆଶା କରାଯାଉଛି। ପୂର୍ବଥର ଭାରତୀୟ ଟିମ୍‌ ପାକିସ୍ତାନ ଠାରୁ ରୋମାଞ୍ଚକର ବିଜୟ ହାସଲ କରିଥିଲା ଚଳିତ ସିଜିନ୍‌ରେ କିନ୍ତୁ ପାକିସ୍ତାନର ଟିମ୍‌ କମ୍‌ଜୋର ଲାଗୁଥିଲେ ମଧ୍ୟ ବାବର ଆଜମ୍‌ ନୂଆ ରଣନୀତି କରିପାରନ୍ତି। କାରଣ ଦଳ ଗତ ମ୍ୟାଚ୍‌ରେ ଆମେରିକା ଠାରୁ ପରାଜୟବରଣ କରିଛି । ଯଦି ଆଜିିର ମ୍ୟାଚ୍‌ ପାକିସ୍ତାନ, ଭାରତ ଠାରୁ ହାରିଯାଏ ତେବେ ଦଳ ଟି-୨୦ରୁ ବାହାର ହୋଇଯିବାର ସମ୍ଭାବନା ରହିଛି ।
ଭାରତ ବିପକ୍ଷରେ ଆଇସିସି ଟି-୨୦ ମ୍ୟାଚରେ ସବୁବେଳେ କର ବା ମର ସ୍ଥିତି ଦେଖିବାକୁ ମିଳିଥାଏ। କିନ୍ତୁ ଆଜିର ମ୍ୟାଚ୍‌ କଳେ ବଳେ କୌଶଳେ ଜିତିବାକୁ ପାକିସ୍ତାନ ପ୍ରାୟସ କରିବ। ପ୍ରଥମ ମ୍ୟାଚରେ ଆମେରିକା ଠାରୁ ହରିବା ପରେ, ବର୍ତ୍ତମାନ ଏହାର ସମ୍ପୂର୍ଣ୍ଣ ଆଶା ଆଜିର ମ୍ୟାଚ ଉପରେ ର୍ନିଭର କରୁଛି । ଯଦି ପାକିସ୍ତାନ ଦଳ ଭାରତୀୟ ଦଳ ବିପକ୍ଷରେ ମ୍ୟାଚ୍‌ ଜିତିନିଏ ତେବେ ସିଜିନ୍‌ରେ ରହିବ। ତେଣୁ ପାକିସ୍ତାନ ଟିମ୍‌ କ୍ୟାପ୍‌ଟେନ୍‌ ବାବର ଆଜମ ଦଳରେ କଛି ପରିବର୍ତ୍ତନ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।
ତେବେ ଆମେରିକା ବିପକ୍ଷ ମ୍ୟାଚ୍‌ରେ ଖେଳାଯାଇଥିବା ସୁପର ଓଭରରେ ଦଳ ହାରି ଯାଇଥିଲା। ବ୍ୟାଟିଂରେ ପାକିସ୍ତାନ, ଭାରତ ବିପକ୍ଷରେ ଅଧିକ ଶକ୍ତିଶାଳୀ ହେବାକୁ ଚାହୁଁଛି। ଦଳର ଦୁଇଟି ବ୍ୟାଟିଂ ବିକଳ୍ପ ରହିଛି । ବାବର ନିଶ୍ଚିତ ଭାବରେ ଭାରତ ବିପକ୍ଷରେ ଏହାକୁ ବ୍ୟବହାର କରିବା ସମ୍ଭାବନା ରହିଛି ।

Share