ଆଜି ଭାରତ-ବାଂଲାଦେଶ ମୁହାଁମୁହିଁ, ବର୍ଷା ଧୋଇଦେଇ ପାରେ ମ୍ୟାଚ୍‌

ନୂଆଦିଲ୍ଲୀ, ୨୨।୬: ଆଇସିସି ଟି-୨୦ ବିଶ଼୍ବକପ୍‌ର ସୁପର ୮ରେ ଭାରତ ଏବଂ ବାଂଲାଦେଶ ଆଜି ଭେଟିବାକୁ ଯାଉଛନ୍ତି । ସୁପର ୮ରେ ଭାରତୀୟ ଟିମ୍‌ ଏହାର ପ୍ରଥମ ମ୍ୟାଚ୍‌ ଜିତି ନେଇଥିବା ବେଳେ ବାଂଲାଦେଶକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ଭାରତୀୟ ଟିମ୍‌ ଆଜିର ମ୍ୟାଚ୍‌ ଜିତି ସେମି ଫାଇନାଲ୍‌ରେ ସ୍ଥାନ ପକ୍କା କରିବାକୁ ଚେଷ୍ଟା କରିବ । ଅନ୍ୟପଟେ ବାଂଲାଦେଶ ଏହ ରେସ୍‌ରେ ରହିବା ପାଇଁ ଆଜି ପ୍ରୟାସ କରିବ । କିନ୍ତୁ ଆଜି ପାଗ ଖରାପ ଥିବାରୁ ମ୍ୟାଚ୍‌ ହେବା ନେଇ ଆଶଙ୍କା କରାଯାଉଛି ।

ଭାରତ ଏବଂ ବାଂଲାଦେଶ ମଧ୍ୟରେ ହେବାକୁ ଯାଉଥିବା ଏହି ମ୍ୟାଚ୍‌ ଉପରେ ସମସ୍ତଙ୍କ ନଜର ରହିଛି । କାରଣ କିଛି ବର୍ଷ ଧରି ବାଂଲାଦେଶ ଟିମ୍‌ ଭାରତକୁ କଡ଼ା ଟକ୍କର ଦେଇ ଆସୁଛି । ଏଣ୍ଟିଗାରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌କୁ ବର୍ଷା ବିଗାଡ଼ିପାରେ । ଷ୍ଟାଡିୟମ୍‌ର ଉପର ଆକାଶ ବାଦଲରେ ଢାଙ୍କି ହୋଇ ରହିଛି । ଯାହାକି ଆଶଙ୍କା ବଢ଼ାଇଛି ।

Share