ଆଣ୍ଟିଗୁଆ,୫।୨: ଶନିବାର ଅଣ୍ଡର-୧୯ ବିଶ୍ୱକପ୍ର ଫାଇନାଲ ମୁକାବିଲା ଖେଳାଯିବ। ଏଥିରେ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ। ଚାରିଥର ବିଶ୍ୱକପ୍ ବିଜେତା ଭାରତ ଏହି ଟୁର୍ନାମେଣ୍ଟକୁ ଜିତି ପଞ୍ଚମ ଥର ପାଇଁ ଟାଇଟଲ ନିଜ ନାମରେ କରିବାକୁ ଚେଷ୍ଟା କରିବ। ସେହିଭଳି ୧୯୯୮ ଶେଷ ଥର ଲାଗି ଇଂଲଣ୍ଡ ବିଶ୍ୱକପ୍ ଟ୍ରଫି ଜିତିଥିଲା। ଏହାପରଠାରୁ ଇଂଲଣ୍ଡ ଆଉ କୌଣସି ଟ୍ରଫି ଜିତିପାରିନାହିଁ। ଏଣୁ ଇଂଲଣ୍ଡ ମଧ୍ୟ ମ୍ୟାଚ୍କୁ ଜିତି ଇତିହାସ ରଚିବାକୁ ଚେଷ୍ଟାକରିବ।
ଚଳିତ ବର୍ଷ ୟଶ ଧୁଲଙ୍କ ନେତୃତ୍ୱରେ ଭାରତ ଅପରାଜେୟ ଭାବେ ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି। ଲିଗ୍ ପର୍ଯ୍ୟାୟରେ ତିନୋଟି ମ୍ୟାଚ୍ରେ ବିଜୟ ଲାଭ କରିବା ପରେ ବାଂଲାଦେଶକୁ ଭେଟିଥିଲା ଦଳ। ଏଥିରେ ବାଂଲାଦେଶକୁ ପରାସ୍ତ କରି ଭାରତ ସେମିଫାଇନାଲରେ ସ୍ଥାନ ପକ୍କା କରିଥିଲା। ସେହିଭଳି ସେମିଫାଇନାଲରେ ଭାରତ ଅଷ୍ଟ୍ରେଲିଆକୁ ୯୪ ରନ୍ରେ ପରାସ୍ତ କରି ଫାଇନାଲରେ ପହଞ୍ଚିଛି।
🇮🇳 🏴
An exciting #U19CWC 2022 Final awaits ⌛️
Who will lift this shiny trophy? pic.twitter.com/YhAIEoUg0Y
— ICC (@ICC) February 4, 2022