ଭାରତୀୟ କ୍ରିକେଟ୍ ଇତିହାସରେ ଅନେକ ସ୍ମରଣୀୟ ଇତିହାସ ଅଛି। ସେଥିମଧ୍ୟରୁ ୩୧ ଅକ୍ଟୋବରରେ ମଧ୍ୟ ଏକ ଘଟଣା ଘଟିଥିଲା। ଭାରତୀୟ କ୍ରିକେଟ ଇତିହାସରେ ଏହି ଦିନଟି ଅତ୍ୟନ୍ତ ସ୍ବତନ୍ତ୍ର। ଠିକ ୩୪ବର୍ଷ ପୂର୍ବେ ଆଜି ପୂର୍ବତନ ଭାରତୀୟ କିମ୍ବଦନ୍ତୀ ଚେତନ ଶର୍ମା ବିଶ୍ୱକପ୍ର ପ୍ରଥମ ହ୍ୟାଟ୍ରିକ ହାସଲ କରିଥିଲେ। ୧୯୮୭ ମସିହାରେ ନାଗପୁରରେ ଅନୁଷ୍ଠିତ ବିଶ୍ୱକପର ଚେତନ ମହାନ ବୋଲିଂ ପ୍ରଦର୍ଶନ କରିଥିଲେ ଏବଂ ଲଗାତାର ବଲରେ ୩ ନ୍ୟୁଜିଲାଣ୍ଡର ୩ ଜଣ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍ କରିଥିଲେ। ଷଷ୍ଠ ଓଭରର ଶେଷ ତିନୋଟି ବଲରେ ଚେତନ ଶର୍ମା କେନ ରାଉଟରଫୋର୍ଡ, ଇଆନ ସ୍ମିଥ ଏବଂ ଇଭେନ ଚାଟଫିଲ୍ଡଙ୍କୁ ଆଉଟ୍ କରିଥିଲେ। ନାଗପୁରରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଭାରତ ନ୍ୟୁଜିଲାଣ୍ଡକୁ ୯ ଉଇକେଟରେ ପରାସ୍ତ କରିଥିଲା।