Categories: ଫୁରସତ

ଆଜି ଅକ୍ଷୟତୃତୀୟା: ଏପରି କଲେ ମିଳିବ ମା’ ଲକ୍ଷ୍ମୀଙ୍କ କୃପା

ଓଡ଼ିଶାରେ ୧୨ ମାସରେ ୧୩ ପର୍ବ ପାଳନ କରାଯାଇଥାଏ। ସେଥିମଧ୍ୟରୁ ଅକ୍ଷୟ ତୃତୀୟା ଅନ୍ୟତମ। ଅକ୍ଷୟ ତୃତୀୟା ପ୍ରତିବର୍ଷ ବୈଶାଖ ମାସ ଶୁକ୍ଳ ପକ୍ଷର ତୃତୀୟା ତିଥିରେ ପାଳନ କରାଯାଇଥାଏ। ପୌରାଣିକ ମତ ଅନୁସାରେ, ଏହା ହିନ୍ଦୁମାନଙ୍କର ଗୋଟିଏ ବଡ଼ ପର୍ବ। ଏହି ଦିନକୁ ଧନବୃଦ୍ଧି ଏବଂ ସୁଖ ସମୃଦ୍ଧିର ଦିନ କୁହାଯାଏ। ମାନ୍ୟତା ଅନୁସାରେ, ଏହି ଦିନକୁ ସବୁଠୁ ଶୁଭ ବୋଲି ବିବେଚନା କରାଯାଏ। ଏହି ଦିନ ଗୃହ ପ୍ରବେଶ, ବିବାହ, ବ୍ରତ ବ୍ୟବସାୟ ଆଦି ଶୁଭ କାମ ଆରମ୍ଭ ହୋଇଥାଏ। ବିଶେଷକରି ଚାଷବାସ ପାଇଁ ଅକ୍ଷୟ ତୃତୀୟା ସବୁଠୁ ଭଲ ଦିନ।

– ଅକ୍ଷୟତୃତୀୟାରେ ଚାଷୀ ଚାଷ କାର୍ଯ୍ୟ ଆରମ୍ଭ କରିଥାଏ। ବିଲରେ ଅଖିମୁଠି ଅନୁକୂଳ କରିଥାଏ। ଏହି ଦିନ ମା’ ଲକ୍ଷ୍ମୀଙ୍କର ବିଶେଷ ପୂଜା କରାଯାଇ ଗୃହର ମୁଖ୍ୟ ଦ୍ୱାର ସମ୍ମୁଖରେ ଅକ୍ଷୟ ଘଟ ସ୍ଥାପନ କରାଯାଏ l ଏପରି କରିବା ଦ୍ୱାରା ମା’ ଲକ୍ଷ୍ମୀଙ୍କ କୃପା ଲାଭ ହୋଇଥାଏ।

– ଅକ୍ଷୟତୃତୀୟାରେ ୧୧ଟି ଧଳା କଉଡ଼ି ନେଇ ଗୋଟିଏ ନାଲି ରଙ୍ଗର କପଡ଼ାରେ ବାନ୍ଧି ମା’ ଲକ୍ଷ୍ମୀଙ୍କୁ ସମର୍ପଣ କରନ୍ତୁ। ଏପରି କରିବା ଘର ଧନଧାନ୍ୟରେ ପୂର୍ଣ୍ଣ ହୋଇଥାଏ।

– ଏହିଦିନ ମା’ ଲକ୍ଷ୍ମୀଙ୍କୁ ନଡ଼ିଆ ଭୋଗ ଲଗାନ୍ତୁ। ମା’ଙ୍କ ଶୁଭଦୃଷ୍ଟି ଆପଣଙ୍କ ଘର ପ୍ରତି ରହିବ।

– ଅକ୍ଷୟତୃତୀୟା ଦିନ କିଛି ଗରିବ ଏବଂ ଭିକାରିଙ୍କୁ ଖାଦ୍ୟ ଓ ବସ୍ତ୍ର ପ୍ରଦାନ କରନ୍ତୁ। ମା’ଙ୍କ କୃପାଦୃଷ୍ଟି ଆପଣଙ୍କ ପ୍ରତି ପଡ଼ିବ।

Share