ଆଜି ଅଁଳାନବମୀ, ସାକ୍ଷୀଗୋପାଳ ଚଳଚଞ୍ଚଳ:ଓଡ଼ିଆଣୀ ବେଶରେ ଦର୍ଶନ ଦେବେ ଶ୍ରୀରାଧା

ସାକ୍ଷୀଗୋପାଳ, ୨୧ା୧୧ (କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ):କାର୍ତ୍ତିକ ମାସ ଶୁକ୍ଳପକ୍ଷ ନବମୀ ତିଥି ମଙ୍ଗଳବାର ସାକ୍ଷୀଗୋପାଳ ମନ୍ଦିରରେ ପାଳନ ହେବ ଅଁଳାନବମୀ। ଏହି ଅବସରରେ ବର୍ଷକୁ ଗୋଟିଏ ଦିନ ଶ୍ରୀରାଧା ଓଡ଼ିଆଣୀ ବେଶରେ ସଜେଇ ହେବେ। ପାରମ୍ପରିକ ସୁବର୍ଣ୍ଣ ଗହଣାଗୁଡିକ ମଧ୍ୟରେ ପାଦପଦ୍ମ, ପାଉଁଜି, ଝୁଣ୍ଟିଆ, ପାହୁଡ଼, ବାଙ୍କି, ଚନ୍ଦ୍ରହାର ଶିକୁଳି, ବେଙ୍ଗପାଟିଆ, ତାବିଜ, ଅଁଳାମାଳ, ପୋହଳାମାଳ, ଚାପସରୀ, ପଣସକଣ୍ଟା ଖଡୁ, ବାହୁଟି, ବଟଫଳ ମାଳ, ଦ୍ରାବିଡ଼ଚନ୍ଦ୍ର, ମୟୂରସା ଗୁଣା, ନୁଥ, ସେତିହାର, କିରୀଟ ଆଦି ଗହଣା ଲାଗି କରାଯିବ। ଫୁଲହାର, ଅଁଳାଫଳ ମାଳ, ଦୂବ ସହିତ କଜଳ, ସିନ୍ଦୂର, ଅଳତା ଓ ଚନ୍ଦନପାଟି କରାଯିବ। ଏଥିସହିତ ସାକ୍ଷୀଗୋପାଳ ଠାକୁର ନଟବର ବେଶରେ ଶୋଭାପାଇବେ। ସୋମବାର ରାତି ୯ଟାରେ ଠାକୁରଙ୍କ ପହୁଡ଼ ନୀତି କରାଯାଇ ୧୨ଟାରେ ଦେବନୀତି ଆରମ୍ଭ ହୋଇଥିଲା। ମଙ୍ଗଳବାର ଭୋର୍‌ ୬ଟାରୁ ସାହଣମେଲା ଦର୍ଶନ ରଖାଯାଇଥିବା ବେଳେ ୨ ଘଣ୍ଟା ପୂର୍ବରୁ ରାଧାପାଦ ଦର୍ଶନ ଆରମ୍ଭ କରାଯିବ ବୋଲି ସେବାୟତ ସଂଘ ସମ୍ପାଦକ ବିଜୟ କୁମାର ନନ୍ଦ କହିଛନ୍ତି। ଅଁଳାନବମୀ ପାଇଁ ମନ୍ଦିରକୁ ନୂତନ ରଙ୍ଗ, ଫୁଲମାଳ, ସୁନ୍ଦର ଆଲୋକରେ ସଜ୍ଜିତ କରାଯାଇଛି। ଶୃଙ୍ଖଳିତ ଦର୍ଶନ ନିମନ୍ତେ ମନ୍ଦିର ସମ୍ମୁଖରେ ଛାୟାପ୍ରଦ ବାରିକେଡ୍‌, ଯାନବାହନ ନିୟନ୍ତ୍ରଣଠାରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ପୁରୀ ଏସ୍‌ପି ଡ. କେ.ବିଶାଲ ସିଂହ ଅନ୍ୟ ପୋଲିସ ଅଧିକାରୀମାନଙ୍କ ସହ ସୁରକ୍ଷା ବ୍ୟବସ୍ଥା ଡେମୋ କରିଥିଲେ। ଅଁଳା ନବମୀ ପାଇଁ ସତ୍ୟବାଦୀ ତହସିଲଦାର ଜୟନ୍ତ ଜୟସିଂ, ମନ୍ଦିର କାର୍ଯ୍ୟନିର୍ବାହୀ ବିଶ୍ୱବାସୀ ତ୍ରିପାଠୀ, ସେବାୟତ ସଂଘ କର୍ମକର୍ତ୍ତା, ଥାନା ଆଇଆଇସିଙ୍କ ପ୍ରତିଟି ବିଭାଗରେ ତତ୍ପରତା ପ୍ରକାଶ ପାଇଛି। ସଂସ୍କୃତି ବିଭାଗ ପକ୍ଷରୁ ତିନିଦିନବ୍ୟାପୀ ଶ୍ରୀରାଧା ଉତ୍ସବ ମେଳା ପଡିଆରେ ଷ୍ଟଲ ଖୋଲାଯାଇଛି। ଭିଡ଼ ନିୟନ୍ତ୍ରଣ ପାଇଁ ୨ ଜଣ ଅତିରିକ୍ତ ଏସ୍‌ପି, ୯ ଜଣ ଡିଏସ୍‌ପି, ୧୭ଜଣ ଇନ୍ସପେକ୍ଟର, ୬୯ ଜଣ ଏସ୍‌ଆଇ, ଏଏସ୍‌ଆଇ, ୨୨ ହାବିଲଦାର, ୫୪ କନଷ୍ଟେବଲ, ୮ ଟ୍ରାଫିକ କନଷ୍ଟେବଲ, ୧୯ ପ୍ଲାଟୁନ ଫୋର୍ସ ଓ ୨୦୨ ଗୃହରକ୍ଷୀଙ୍କୁ ମୁତୟନ କରାଯାଇଛି। ମନ୍ଦିର ସିଂହଦ୍ୱାରରେ ମେଟାଲ ଡିକ୍ଟେଟର, ବିଭିନ୍ନ ସ୍ଥାନରେ ସିସିଟିଭି, ସନ୍ଧାନୀ କୁକୁର, ସାଦା ପୋଷାକରେ ଗୋଇନ୍ଦା ପୋଲିସ, ବୋମା ନିଷ୍କ୍ରିୟକାରୀ, ଅଗ୍ନିଶମ, ଆମ୍ବୁଲାନ୍ସ, ଆଶୁ ଚିକିତ୍ସା, ପର୍ଯ୍ୟାପ୍ତ ପାନୀୟ ଜଳ ଯୋଗାଣ ଆଦିର ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ସଙ୍କୁଳସ୍ତରୀୟ କ୍ରୀଡ଼ା ସମାରୋହ: ଯୋଗଦେଲେ ଛାତ୍ରୀଛାତ୍ର

ଭଞ୍ଜନଗର,୧୪।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସଙ୍କୁଳ ସ୍ତରୀୟ କ୍ରୀଡ଼ା ସମାରୋହ ରବିବାର ଅନୁଷ୍ଠିତ ହୋଇଯାଇଛି।...

ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ

ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) :  ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...

ଓଡ଼ିଶାରେ ଚାଞ୍ଚଲ୍ୟ: ବିବାହରେ ଛଅ ମାସ ପରେ ସ୍ୱାମୀକୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ

ନୟାଗଡ଼,୧୪।୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅଧୀନ ଖାଳିସାହି ପଞ୍ଚାୟତର ପୁଆଁଣିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri